ତିନି ନୂଆ ମନ୍ତ୍ରୀଙ୍କୁ ବଣ୍ଟାଗଲା ବିଭାଗ, ଜାଣନ୍ତୁ କାହାକୁ କଣ

Published: May 22, 2023, 7:48 pm IST

ଭୁବନେଶ୍ବର: ତିନିଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ବଣ୍ଟନ କରିଛନ୍ତି। ସେହି ଅନୁସାରେ ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି। ସେହିପରି ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଛି। ଅନ୍ୟପକ୍ଷରେ ସାରଦା ନାୟକଙ୍କୁ ଶ୍ରମ ମନ୍ତ୍ରୀ କରାଯାଇଛି।

ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ପାଖରେ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ପରେ ସେହି ବିଭାଗ ତାଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ରହିବେ। ଅର୍ଥ ବିଭାଗ ତାଙ୍କଠାରୁ କାଢି ନିଆଯାଇ ବିକ୍ରମ ଆରୁଖଙ୍କୁ ପ୍ରଦାନ କରାଯାଇଛି।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ରଂଜନ ଦାସ। ସେ ଇସ୍ତଫା ଦେବା ପରେ ସେହି ବିଭାଗ ଅସ୍ଥାୟୀ ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା। ପ୍ରମିଳାଙ୍କୁ ଶ୍ରୀକାନ୍ତ ସାହୁ ଇସ୍ତଫା ପରେ ଶ୍ରମ ବିଭାଗ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ ପ୍ରମିଳା ପୂର୍ବପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ବରେ ରହିବେ। ସ୍କୁଲ ଓ ଗଣଶିକ୍ଷା ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଥିବା ବେଳେ ଶ୍ରମ ବିଭାଗ ସାରଦାଙ୍କୁ ଦିଆଯାଇଛି।

Related posts