Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ଲୋକାର୍ପଣ ହେଲା ଡକ୍ୟୁମେଣ୍ଟାରୀ
ଆଜିର ଖବର

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ଲୋକାର୍ପଣ ହେଲା ଡକ୍ୟୁମେଣ୍ଟାରୀ

May 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ଲୋକାର୍ପଣ ହେଲା ଡକ୍ୟୁମେଣ୍ଟାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବବିବିଧତାର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସହିତ ଜୈବବିବିଧତା ପରିଚାଳନା ସମିତି, ବନ ସୁରକ୍ଷା ସମିତି ସର୍ବୋପରି ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଜୈବବି ବିଧତାର ଗନ୍ତାଘର କୁହାଯାଉଥିବା ମଣ୍ଡାସାରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତ ଆଦି ୩ ଗୋଟି ଜଙ୍ଗଲ ପରିସଂସ୍ଥାକୁ ରାଜ୍ୟ ସରକାର ଜୈବବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ୪୯ଟି ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଇକୋଗାଇଡ୍‌ମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଜୀବନଜୀବିକା ସୁଦୃଢ଼ କରାଯାଇଛି ବୋଲି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଗୋଟିଏ ଜୈବମଣ୍ଡଳ ଏବଂ ୨୯ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି।

ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍। ଉଭୟ ଉଭୟଙ୍କର ପରିପୂରକ। ରାଜ୍ୟ ସରକାର ପ୍ରକୃତିର ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧିତ କରୁଛନ୍ତି। ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଲେ ଜୈବବିବିଧତା ଅକ୍ଷୁଣ୍ଣ ରହିବ ଏବଂ ଭବିଷ୍ୟତ ପିଢ଼ି ଉପକୃତ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ମୋଣ୍ଟେରିଏଲ୍‌ଠାରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ୱବାସୀଙ୍କୁ ୪ଟି ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ବିଲୁପ୍ତ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ, ଗୁଣସୂତ୍ର ବିବିଧତାର ସୁରକ୍ଷା, ପାରମ୍ପରିକ ଜ୍ଞାନକୌଶଳ ଉପଯୋଗ କରି ଜୈବସଂପଦର ସଂରକ୍ଷଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଇତ୍ୟାଦି। ଏ ଦିଗରେ ଓଡ଼ିଶା ସରକାର ସଂପୂର୍ଣ୍ଣ ସଚେତନ ଏବଂ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜୈବବିବିଧତା ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ପୁଷାଜୁଲେ ମେକ୍ରୋ ସ୍ୱାଗତ ଭାଷଣରେ କହିଛନ୍ତି ଯେ ଓଡ଼ିଶାରେ ପାଖାପାଖି ୫୧୭୪ ପ୍ରଜାତିର ଉଦ୍ଭିଦ ଓ ୩୭୨୮ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି। ଏଥି ମଧ୍ୟରୁ ପାଖାପାଖି ୧୫୩ ପ୍ରଜାତିର ଉଦ୍ଭିଦ ଓ ୬୫ ପ୍ରଜାତିର ପ୍ରାଣୀ ସଙ୍କଟାପନ୍ନ ଅଟନ୍ତି । ସାମୁଦି୍ରକ କଇଁଛ, ୩ ପ୍ରାଜାତିର କୁମ୍ଭୀର, ୫୫୦ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ହେନ୍ତାଳ, ବୃକ୍ଷଲତା, କୃଷ୍ଣସାର ମୃଗ, ସ୍କିମର ପକ୍ଷୀ, ନୀଳରକ୍ତ କଙ୍କଡ଼ା ଏବଂ ବିଭିନ୍ନ ପ୍ରଜାତିର ଅର୍କିଡ୍‌ ଓ ମାଂସାସୀ ଉଦ୍ଭିଦ ଆମ ରାଜ୍ୟର ଅନନ୍ୟ ଜୈବସଂପଦ ବୋଲି ସେ ଉଲ୍ଲେଖ କରିଥିଲେ।

ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଜୈବବିବିଧତାର ପୁନଃସ୍ଥାପନ ପାଇଁ ଚୁକ୍ତିନାମା ଓ କାର୍ଯ୍ୟକାରିତା। ଏହି ଦିବସ ପାଳନ ଅବସରରେ ଅତିଥିମାନେ ‘ମ୍ୟାଜିକାଲ୍‌ ବାୟୋଡାଇଭର୍ସିଟି ଅଫ୍‌ ମହେନ୍ଦ୍ରଗିରି ହିଲସ୍‌: ଦି ପ୍ରାଇଡ୍‌ ଅଫ୍‌ ଇଷ୍ଟର୍ଣ୍ଣ ଘାଟସ୍‌ ଅଫ୍‌ ଇଣ୍ଡିଆ’, ‘ଇରାୱାଡ଼ି ଡଲ୍‌ଫିନ୍ସ: ସ୍ପେସିସ୍‌ ଆଟ୍‌ ଦି କ୍ରସ୍‌ରୋଡ୍‌’, ‘ଦି ଆକଫିଭିଟି ରିପୋର୍ଟ ଅଫ୍‌ ଦି ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡ’, ‘ହ୍ୟାଣ୍ଡଲିଂ ଆଣ୍ଡ ରିଲିଜିଂ ଅଫ୍‌ ପ୍ରୋବ୍‌ଲେମାଟିକ୍‌ ଆନିମଲସ୍‌’ ପୁସ୍ତକ ସହ ‘ଦି ଟେଲସ୍‌ ଅଫ୍‌ ଗନ୍ଧମାର୍ଦ୍ଦନ’ ଶୀର୍ଷକ ଏକ ଦୃଶ୍ୟ-ଶ୍ରାବ୍ୟ ଡକୁମେଣ୍ଟାରୀ ଲୋକାର୍ପଣ କରିଥିଲେ।

ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଆଦିତି ଭୂୟାଁ ଜୈବବିବିଧତା ଉପରେ ସୁନ୍ଦର ବକ୍ତବ୍ୟ ରଖି ଉଚ୍ଚପ୍ରଶଂସିତ ହୋଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପ୍‌ଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଯୋଗଦେଇଥିଲେ।

ଜୈବବିବିଧତା ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ରାଜ୍ୟର ୨୭ଟି ଜିଲ୍ଲାରୁ ଜୈବବିବିଧତା ପରିଚାଳନା ସମିତିର ସଦସ୍ୟସଦସ୍ୟା, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025
Latest News

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.