Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ପାଚିକାଙ୍କୁ ଦିଆଗଲା ପ୍ରଶିକ୍ଷଣ
ଆଜିର ଖବର

ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ପାଚିକାଙ୍କୁ ଦିଆଗଲା ପ୍ରଶିକ୍ଷଣ

May 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
midday
ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ପାଚିକାଙ୍କୁ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନଶକ୍ତି ଭବନ ପରିସରରେ ସୋମବାର ଦିନ ଏକ ଦୁଇଦିନିଆ କର୍ମଶାଳା ଆୟୋଜିତ କରାଯାଇଅଛି ।

ଭାରତ ସରକାରଙ୍କ ପିଏମ୍‌-ପୋଷଣ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ସଂଗଠନ ଏବଂ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

୧୬ ଜିଲ୍ଲାର ପାଚିକା ତଥା ସହାୟିକା ମାଷ୍ଟର ଟ୍ରେନରମାନଙ୍କର ପ୍ରଶିକ୍ଷଣ ୪ ପର୍ଯ୍ୟାୟରେ ଶେଷ ହୋଇସାରିଛି । ଆଜିର ଏହି ପର୍ଯ୍ୟାୟକୁ ମିଶାଇ ୧୯ ଜିଲ୍ଲାର ପ୍ରଶିକ୍ଷଣ ଶେଷ ହେବ । ଏହି ଅବସରରେ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍‌ମାନେ (ପାଚିକା ତଥା ସହାୟିକା) ଅଂଶ ଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ରାଜ୍ୟ ନୋଡାଲ ଅଫିସର ଶ୍ରୀ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଷୟବସ୍ତୁ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସମ୍ବିତ କୁମାର ନାୟକ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ସମସ୍ତ ପାଚିକା ତଥା ସହାୟିକାମାନେ ସ୍କୁଲ ପିଲାମାନଙ୍କୁ ନିଜର ଛୁଆ ଭାବି ଖାଦ୍ୟ ରାନ୍ଧନ୍ତୁ ଓ ପରଷନ୍ତୁ ବୋଲି ଅନୁରୋଧ କରିଥିଲେ ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ମୁଖ୍ୟ ଶ୍ରୀ ହିମାଂଶୁ ବଳ କହିଲେ ଯେ ପାଚିକା ତଥା ସହାୟିକାମାନେ ତାଙ୍କ କାର୍ଯ୍ୟ ଦ୍ୱାରା ନିଜ ଅଞ୍ଚଳର ଭବିଷ୍ୟତଙ୍କୁ ତିଆରି କରୁଛନ୍ତି ତେଣୁ ଏହାକୁ ଏକ ଗୁରୁଦାୟିତ୍ୱ ରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ସସ୍ମିତା ପଟ୍ଟନାୟକ, ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ମାଝୀ, ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ପାତ୍ର ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉକିୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ପୁଷ୍ଟିକର ଚାଉଳ ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା, fosafmdm ଆପ୍ଲିକେସନ୍‌ର ବ୍ୟବହାର ଇତ୍ୟାଦି ଉପରେ ପ୍ରଶିକ୍ଷଣ ଦିଆଗଲା।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନରେ ପୁଷ୍ଟି ଉଦ୍ୟାନ (ରୋଷେଇ ବଗିଚା)ର ଉପଯୋଗିତା ଉପରେ ଆଲୋଚନା କରାଯିବ । ପାଚିକା ତଥା ସହାୟିକାମାନଙ୍କର ତାଲିମ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ତଥା ମତାମତ ଗ୍ରହଣ କରାଯାଇ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯିବ । ପରିଶେଷରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ଫୁଲନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଟ୍ରଷ୍ଟର କେନ୍ଦ୍ରୀୟ ରୋଷେଇଶାଳା (ସେଣ୍ଟ୍ରାଲାଇଜଡ୍‌ କିଚେନ୍‌) କୁ ପରିଦର୍ଶନରେ ନିଆଯିବ ।

middaymeal ମଧ୍ୟାହ୍ନ ଭୋଜନ
Share. Facebook Twitter LinkedIn Email WhatsApp Copy Link

Related Posts

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.