ଆଜି ଭୁବନେଶ୍ବରରେ ନାହିଁ ନ ଥିବା ତାତି, ଝାରସୁଗୁଡା ସହ ହେଲା ସମାନ

Published: May 23, 2023, 4:10 pm IST

ଭୁବନେଶ୍ବର: ଆଜି ଭୁବନେଶ୍ବର ତତଲା ଗଡ ଭାବେ ପରିଣତ ହୋଇଛି। କାରଣ ଆଜି ସକାଳୁ ନାହିଁ ନ ଥିବା ତାତି ଅନୁଭୂତ ହେବାରେ ଲାଗିଛି। ତେବେ ଆଜି ରାଜଧାନୀର ଦିନର ତାପମାତ୍ରା ଯାହା ତାହା ଝାରସୁଗୁଡା ସହିତ ସମାନ ହୋଇଯାଇଛି।

କାରଣ ବିଗତ କିଛି ଦିନ ଧରି ରାଜ୍ୟରେ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ପ୍ରବାହିତ ହେଉଛି। ସେହି ତାପମାତ୍ରା ଆଜି ଭୁବନେଶ୍ବରରେ ପ୍ରବାହିତ ହୋଇଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା

ଝାରସୁଗୁଡା: ୪୨.୨ ଡ଼ିଗ୍ରୀ

ଭୁବନେଶ୍ୱର: ୪୨ ଡ଼ିଗ୍ରୀ

ସମ୍ବଲପୁର: ୪୧.୪ ଡ଼ିଗ୍ରୀ

ହୀରାକୁଦ: ୪୦.୬ ଡ଼ିଗ୍ରୀ ଚାନ୍ଦବାଲି: ୪୦ ଡ଼ିଗ୍ରୀ

ବାଲେଶ୍ୱର: ୩୮.୪ ଡ଼ିଗ୍ରୀ

କେନ୍ଦୁଝର: ୩୭.୪ ଡ଼ିଗ୍ରୀ

ପୁରୀ: ୩୫.୨ ଡ଼ିଗ୍ରୀ

ଗୋପାଳପୁର: ୩୪.୮ ଡ଼ିଗ୍ରୀ

ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ

Related posts