Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରତିଷ୍ଠା ଦିବସ ପାଳିତ, ସଫଳତାର ୬୧ ବର୍ଷ
ଆଜିର ଖବର

ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରତିଷ୍ଠା ଦିବସ ପାଳିତ, ସଫଳତାର ୬୧ ବର୍ଷ

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରତିଷ୍ଠା ଦିବସ ପାଳିତ, ସଫଳତାର ୬୧ ବର୍ଷ

ଭୁବନେଶ୍ୱର: ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମଇ ମାସ ୨୨ ତାରିଖରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ୬୧ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଓସିସିଏଲ୍ ଆଜି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ଅଗ୍ରଣୀ ନିର୍ମାଣକାରୀ ସଂସ୍ଥାଭାବେ ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରି ଏହାର ଉତ୍କର୍ଷତା ପ୍ରତିପାଦନ କରିପାରିଛି ।

ଓସିସି କରୁଥିବା ବିଭିନ୍ନ କାର‌୍ୟ୍ୟକୁ ସଠିକ୍ ଭାବେ ସାରିବା ପାଇଁ ଜନସାଧାରଣ ଯେଉଁ ଆଶା ରଖୁଛନ୍ତି, ‘୫-ଟି’ ଉପକ୍ରମ ଆଧାରରେ ଦଳଗତ ପ୍ରଚେଷ୍ଟା ଏବଂ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ, ଓସିସିଏଲ୍ ତାହାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଜନ ସାଧାରଣଙ୍କର ଅଧିକରୁ ଅଧିକ ଆସ୍ଥାଭାଜନ ହେଉ ବୋଲି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି ।

କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ, ଯୋଗଦେଇ କହିଛନ୍ତି ଯେ, ଓସିସି ଦ୍ୱାରା ଜଳ ସଂପଦ ବିଭାଗର ଅଧିକ କାର‌୍ୟ୍ୟ କରାଯାଉଛି । ଆଗାମୀ ୨୦୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଏବଂ ୨୦୪୭ ମସିହାରେ ଦେଶ ସ୍ୱାଧୀନ ହେବାର ଶତ ବାର୍ଷିକ ପୂର୍ତ୍ତି ଅବସରରେ ଓଡିଶାର ବିକାଶକୁ ଲକ୍ଷ୍ୟ ରଖି ଓସିସି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛି ।

ସବୁ କାର‌୍ୟ୍ୟର ତଥ୍ୟ ଠିକ ଭାବେ ରଖିବା ସହିତ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣକୁ ଦୃଷ୍ଟି ଦେଇ ଓସିସି ଏହାର କାର‌୍ୟ୍ୟରେ ଗୁଣବତ୍ତା ବଜାୟ ରଖି ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ସବୁଠି ସୁନାମ ଅର୍ଜନ କରୁ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି ଯୋଗଦେଇ କର୍ମଚାରୀମାନେ ଆଗାମୀ ଦିନରେ ଅଧିକ ଦକ୍ଷତାର ସହିତ କାର‌୍ୟ୍ୟ ସମ୍ପାଦନ କରିବାକୁ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

୨୦୧୯-୨୦ ରେ ଓସିସିର ବାର୍ଷିକ କାରବାର ୪୭୪.୨୨ କୋଟି, ୨୦୨୦ -୨୧ ରେ କୋଭିଡ୍ ସ୍ଥିତିରେ ଏହା ୪୦୮.୪ କୋଟି ଏବଂ ୨୦୨୧-୨୨ ରେ ଏହା ୫୩୨.୬୪ କୋଟି ରହିଥିବା ବେଳେ ୨୦୨୨-୨୩ ରେ ଏହା ୭୦୦ କୋଟିକୁ ବୃଦ୍ଧି ପାଇଛି ଏବଂ ୨୦୨୩-୨୪ ରେ ଏହାର କାରବାର ୮୦୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରହିଛି । ୨୦୨୨-୨୩ ରେ ଏହାର ଲାଭ ୫୦.୮ କୋଟି ରହିଛି ।

ଓସିସି ପ୍ରତିବର୍ଷ ଏହାର ଲାଭରୁ ରାଜ୍ୟ ସରକାରଙ୍କ ଅଂଶ ପ୍ରଦାନ କରିଆସୁଥିବା ବେଳେ ୨୦୨୨ -୨୩ ବର୍ଷରେ ୧୧.୬୪ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଏହାର ଲାଭାଂଶ ପ୍ରଦାନ କରିଛି । ୨୦୨୩-୨୪ ରେ ଜଳ ସଂପଦ ବିଭାଗ ସମେତ ପ୍ରାଣୀ ସଂପଦ, ପୂର୍ତ୍ତ, ଓଡିଶା ହାଇଡ୍ରୋ ପାଓ୍ୱାର କର୍ପୋରେସନ, ଗ୍ରାମ୍ୟ ଉନ୍ନୟନ, ଇଡକୋ, ଜନସ୍ୱାସ୍ଥ୍ୟ , ଆଇଆଇଆଇଟି ଆଦିର ନିର୍ମାଣ କାର‌୍ୟ୍ୟ କରୁଛି ।

BJP Ads
ଓଡିଶା ନିର୍ମାଣ ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଦମଦାର ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

November 7, 2025

ଗଳା କାଟି ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

November 7, 2025

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025
Jindal Ads
BJP Ads
Latest News

ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଦମଦାର ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

November 7, 2025

ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: ନୀତିନ ଗଡ଼କରୀ

November 7, 2025

ଗଳା କାଟି ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

November 7, 2025

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.