Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ଦିଆଗଲା ନିର୍ବାଚନ ସଂପର୍କିତ ତାଲିମ
ଆଜିର ଖବର

ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ଦିଆଗଲା ନିର୍ବାଚନ ସଂପର୍କିତ ତାଲିମ

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NewOas
ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ଦିଆଗଲା ନିର୍ବାଚନ ସଂପର୍କିତ ତାଲିମ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ବିସ୍ତୁତ ଭାବେ ଅବଗତ କରାଇଥିଲେ।

ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହୋଇ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ କାର୍ଯ୍ୟଗୁଡ଼ିକ ପରିଚାଳନା କରିବେ ଓ ଏହି ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଦୁଇଦିନ ଧରିଚାଲିବ ଏବଂ ଏଥିରୁ ସବିଶେଷ ଜ୍ଞାନ ଆହରଣ କରି ଯୁବ ଅଧିକାରୀମାନେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି।

ପ୍ରଥମ ଦିନରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ପ୍ରାଥମିକ ଭାବେ ଭୋଟର ତାଲିକାରେ ନାମ ପଂଜୀକରଣ, ଭୋଟ ପଂଜୀକରଣ ଅଧିକାରୀ (ଇଆର୍‌ଓ), ଆସିଷ୍ଟାଣ୍ଟ ଭୋଟ ପଂଜୀକରଣ ଅଧିକାରୀ (ଆସିଷ୍ଟାଣ୍ଟ ଇଆର୍‌ଓ) ଏବଂ ବୁଥ୍‌ ଲେବୁଲ୍‌ ଅଧିକାରୀ (ବିଏଲ୍‌ଓ)ଙ୍କ କାର୍ଯ୍ୟ ଏବଂ ଭୋଟର ତାଲିକାର ରୂପରେଖ ସଂପର୍କରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ତାଲିମ ପ୍ରଦାନ କରିଥିବାବେଳେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ନିର୍ବାଚନର ଆଦର୍ଶ ଆଚରଣ ବିଧି, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନବେଳେ ଗଣମାଧ୍ୟମ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରିଛନ୍ତି ।

ସେହିପରି ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ନିର୍ବାଚନବେଳେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଭୋଟରମାନଙ୍କୁ ନିର୍ବାଚନର ବିଭିନ୍ନ କାର୍ଯ୍ୟ ସଂପର୍କରେ ସଚେତନ କରାଇବା (ଏସ୍‌ଭିଇଇପି) ସୁଇପ୍‌ କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଆସନ୍ତାକାଲି ଝାରସୁଗୁଡ଼ାର ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ନାମାଙ୍କନ ପତ୍ର ଦାଖଲଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଥିବା ବୈଧାନିକ ନିୟମଗୁଡ଼ିକ ସଂପର୍କରେ ତାଲିମ ପ୍ରଦାନ କରିବା ସହ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦ୍ୟ ସମାପ୍ତ ହୋଇଥିବା ଉପନିର୍ବାଚନର ଅନୁଭୂତି ସଂପର୍କରେ ଯୁବ ଅଧିକାରୀମାନଙ୍କୁ ଅବଗତ କରାଇବେ।

ସେହିପରି ଅପରାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଓଏସ୍‌ଡିଶ୍ରୀ ଭବାନୀ ପ୍ରସାଦ ରାୟ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମାଧ୍ୟମରେ କିପରି ଭୋଟଗ୍ରହଣ କରାଯାଉଛି ସେ ସଂପର୍କରେ ବିସ୍ତୃତ ତାଲିମ ଦେବେ ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତି, ନିର୍ବାଚନ ପରିଚାଳନା ନିମନ୍ତେ କର୍ମଚାରୀଙ୍କ ତାଲିମ, ଭୋଟ ଗ୍ରହଣ କେନ୍ଦ୍ର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନ ଓ ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀଗୁଡ଼ିକ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବେ।

ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକଫର ଜେନେରାଲ ରାଜ କୁମାର ଶର୍ମା ଓ ଅତିରିକ୍ତ କମିଶନର ତଥା କୋର୍ସ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.