Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା
ଆଜିର ଖବର

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

May 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଆ ସିନେମା ଜଗତ ଏଇ କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ।  ଆଗକୁ ଆଗକୁ ମାଡି ଚାଲିବା ସିନେପ୍ରେମୀଙ୍କ ପାଇଁ ନିହାତି ଖୁସି କଥା। ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ମାନେ ଗୋଟେ ପରେ ଗୋଟେ ନୂଆ ଚଳଚ୍ଚିତ୍ର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଦେଇଚାଲିଛନ୍ତି। କପି ସିନେମା କୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥୁଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକ ଙ୍କର ରୁଚି କମି କମି ଯାଉଥିଲା। ଏବେ କିନ୍ତୁ ସମସ୍ତେ ପ୍ରେକ୍ଷାଳୟ ମୁହାଁ ହେଲେଣି। କାରଣ ମୌଳିକ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡିଛନ୍ତି।

ଖୁସିର କଥା ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ସିନେମା ଦର୍ଶକ ଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଚଳଚ୍ଚିତ୍ର “ଖଇରୀ” ର ନାମକରଣ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ନାମକରଣ ଉତ୍ସବରେ ନିମକୀ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ।

ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର “ଖଇରୀ” ର ସ୍କ୍ରିପ୍ଟ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ।

ଚଳଚ୍ଚିତ୍ର ଖଇରୀ ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ର ରେ ୟୁ ଟୁବର ରାଜୁ ଦାସ, ସୁଧୀର ଚରିତ୍ର ରେ ଅନୁଗୁଳିଆ ବଣ୍ଟି , ଲିଟନ ଚରିତ୍ର ରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ର ରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି। ତେବେ ଏହି ଚଳଚ୍ଚିତ୍ର ରେ କାହାଣୀ ହେଉଛି ହିରୋ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ଖଇରୀ ନିଶ୍ଚିତ ଭାବେ ସଫଳ ହେବ କାରଣ ଏହା ଏକ ନୂଆ ଚିନ୍ତାଧାରା ଯୋଉ ସିନେମାରେ ଏକାଧିକ ୟୁ ଟୁବର ନଜର ଆସିବେ ବୋଲି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦେଇଛନ୍ତି।

ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.