Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱରେ ୨୪ ନିୟୁତ ଲୋକ ସିଜୋଫ୍ରେନିଆ ରୋଗରେ ପୀଡ଼ିତ: ବିଶେଷଜ୍ଞ
ଆଜିର ଖବର

ବିଶ୍ୱରେ ୨୪ ନିୟୁତ ଲୋକ ସିଜୋଫ୍ରେନିଆ ରୋଗରେ ପୀଡ଼ିତ: ବିଶେଷଜ୍ଞ

May 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ। ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ। ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ଓ ଇଣ୍ଡିଆନ ସାଇକିଆଟ୍ରିକ୍ ସୋସାଇଟି (ଓଡ଼ିଶା ଶାଖା)ର ମିଳିତ ସହଯୋଗିତାରେ ବୁଧବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ସିଜୋଫ୍ରେନିଆ ଦିବସର ଥିମ୍ ରହିଥିଲା “ସେଲିବ୍ରେଟିଙ୍ଗ ଦ ପାୱାର ଅଫ୍ କମ୍ୟୁନିଟି କାଇଣ୍ଡନେସ୍‌”। ସିଜୋଫ୍ରେନିଆ ଏଭଳି ଏକ ମାନସିକ ଅସୁସ୍ଥତା ଯେଉଁଥିରେ କି ମସ୍ତିଷ୍କର କିଛି ଅଂଶରେ ରାସାୟନିକ ପଦାର୍ଥଗୁଡ଼ିକର ଭାରସାମ୍ୟ ରହି ନଥାଏ ଯାହା ଦ୍ୱାରା କି ମଣିଷର ଚିନ୍ତାଧାରା, ଭାବନା ଓ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରହେ ନାହିଁ। ଏହାଦ୍ୱାରା ମଣିଷର ଉଭୟ ବ୍ୟକ୍ତିଗତ ଓ ସାମାଜିକ ଜୀବନ ବାଧାପ୍ରାପ୍ତ ହେବା ସହ ସେ କାର୍ଯ୍ୟ କରିବାର ଦକ୍ଷତା ହରାଇ ବସିଥାଏ ବୋଲି ବକ୍ତାମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଏହି ସମସ୍ୟାରେ ଜଡ଼ିତ ବ୍ୟକ୍ତିଙ୍କୁ ଏକ ସୁସ୍ଥ ଜୀବନ କାଟିବା ନେଇ ପରିବାର ଓ ସମାଜର ଅନେକ ଦାୟିତ୍ୱ ରହିଥିବା କହିଛନ୍ତି। ଏହି ସମସ୍ୟା ଦ୍ୱାରା କେବଳ ସଂପୃକ୍ତ ବ୍ୟକ୍ତି ନୁହେଁ ମାତ୍ର ସମ୍ପୂର୍ଣ୍ଣ ପରିବାର କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ ଏହି ସମସ୍ୟାରେ ଜଡ଼ିତ ବ୍ୟକ୍ତିଙ୍କର ଯତ୍ନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୁସ୍ଥ ମାନସିକତା ଉପରେ ଗୁରୁତ୍ୱ ଦେଇ ଅଧିକ ଶିକ୍ଷିତ ବ୍ୟକ୍ତି ହିଁ ଏଭଳି ସମସ୍ୟାରେ ପଡ଼ୁଛନ୍ତି ବୋଲି କହିଥିଲେ। ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦ୍ୱାରା କିପରି ଏହି ରୋଗ ସହ ଜଡିତ ଭୁଲ ଧାରଣାକୁ ଦୂର କରିହେବ ସେ ଉପରେ ପ୍ରଫେସର ସାମନ୍ତସିଂହାର ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଏହି ସମସ୍ୟାକୁ ବଂଶାନୁକ୍ରମିକ କହିବା ସହ ଏହା ଦ୍ୱାରା ମଣିଷର ଭବିଷ୍ୟତ ଉପରେ ପ୍ରଭାବ ପଡ଼େ ବୋଲି କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମଟି ପ୍ରଫେସର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ସାହୁ ସିଜୋଫ୍ରେନିଆ ସହିତ ଜଡିତ ଅନ୍ଧବିଶ୍ୱାସ ତଥା ଏହା ଦୂର କରିବା ଦିଗରେ ସମାଜର କର୍ତବ୍ୟ ଉପରେ ଆଲୋଚନା କରିଥିଲେ।

ସମ୍ପୃକ୍ତ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ସମସ୍ୟା ସହ ଜଡ଼ିତ ବ୍ୟକ୍ତିଙ୍କର ଚିକିତ୍ସା ଉପରେ ଗୁରୁତ୍ୱ ଦେବା ଉପରେ ଜୋର ଦେଇଥିଲେ। ଏହାକୁ ଏକ କଳଙ୍କ ବୋଲି ନ ଭାବି ରୋଗୀର ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ସିଜୋଫ୍ରେନିଆକୁ ଅନ୍ୟ ରୋଗ ପରି ସମାନ ଚକ୍ଷୁରେ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ସାଇକିଆଟ୍ରି ବିଭାଗର ଡାକ୍ତର ରାକେଶ ମହାନ୍ତି, ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ସୋମ୍ୟ ରଂଜନ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର ନିଜ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ। ବିଭାଗର ସାଇକୋଲୋଜିଷ୍ଟ ଶ୍ରୀମତି ମନିଷା ପଟ୍ଟନାୟକ ତଥା ପିଜି ଛାତ୍ରଛାତ୍ରୀମାନେ କବିତା ଓ ବକ୍ତବ୍ୟ ଦ୍ୱାରା ସିଜୋଫ୍ରେନିଆ ରୋଗର ବିଭିନ୍ନ ଦିଗକୁ ସଭାରେ ଉପସ୍ଥାପିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ମାନସିକ ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.