
ଅହମ୍ମଦାବାଦ: ବର୍ଷା ହେତୁ ରବିବାର ଦିନ ଆଇପିଏଲ୍-୨୦୨୩ ର ଫାଇନାଲ ମ୍ୟାଚ୍ ଖେଳାଯାଇପାରି ନାହିଁ। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଫାଇନାଲ ପାଇଁ ସୋମବାର ଦିନ ସଂରକ୍ଷିତ ଥିଲା। ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। କିନ୍ତୁ ଗତକାଲି ଖେଳକୁ ବର୍ଷା ନଷ୍ଟ କରିଦେଲା। ଖେଳାଳିଙ୍କ ସହିତ ଦର୍ଶକମାନେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ବର୍ଷା ବନ୍ଦ ହୋଇ ନଥିଲା।