ଜୁନ୍‌ 5 ପରେ ଭାରତ ସହ ବାଣିଜ୍ୟ ଅଗ୍ରାଧିକାର ଚୁକ୍ତି ଶେଷ କରିବ ଆମେରିକା : ଟ୍ରମ୍ପ

Published: Jun 1, 2019, 11:46 am IST

ଭାରତ ସହିତ ରହିଥିବା ବାଣିଜ୍ୟ ଅଗ୍ରାଧିକାର ଚୁକ୍ତି ଶେଷ କରିବ ଆମେରିକା। ଜୁନ୍‌ 5ରେ ଏହି ଚୁକ୍ତିର ସମୟସୀମା ଶେଷ ହୋଇଥିବା ବେଳେ ଏହି ଚୁକ୍ତିକୁ ଶେଷ କରିବା ନେଇ ସୂଚନା ଦେଇଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦୁଇ ରାଷ୍ଟ୍ର ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି 1974କୁ ଆସନ୍ତା ଜୁନ୍‌ 5, 2019ରେ ଶେଷ ହେବାକୁ ଯାଉଛି। ଆମେରିକୀୟ ବଜାରକୁ ପ୍ରାଧାନ୍ୟ ଦେବା ପାଇଁ ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ର ସହିତ ସମ୍ପର୍କ ଛିନ୍ନ କରାଯାଉଛି ବୋଲି ଟ୍ରମ୍ପ କହିଛନ୍ତି। ମାର୍ଚ୍ଚ ପ୍ରାରମ୍ଭରେ ଆମେରିକୀୟ ବାଣିଜ୍ୟିକ ଦଳ (ୟୁଏସ୍‌ଟିଅର୍‌) ଭାରତ ଏବଂ ତୁର୍କୀ ପରି ବିକାଶଶୀଳ ରାଷ୍ଟ୍ର ସହ ଏହି ବାଣିଜ୍ୟିକ ଚୁକ୍ତି ଶେଷ କରିବା ପାଇଁ ଘୋଷଣା କରିଥିଲା। ନଭେମ୍ବର 1975ରେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। 2017ରେ ଉଭୟ ରାଷ୍ଟ୍ର ମଧ୍ୟରେ 5.6 ବିଲିୟନ୍‌ ଡଲାରର ଆୟକର ରହିତ ବ୍ୟବସାୟ ସମ୍ପନ୍ନ ହୋଇଥିଲା।

Related posts