ଶନିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ନାମ ସୁପାରିଶ କରିଥିଲେ । ସଂସଦର କେନ୍ଦ୍ରୀୟ ହଲ୍ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସୋନିଆ ନିର୍ବାଚିତ ହୋଇଥିଲେ ବୋଲି ଦଳର ମିଡିଆ ମୁଖ ପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି । ନିର୍ବାଚିତ ହେବା ପରେ ଏଆଇସିସି ଉପରେ ଆସ୍ଥା ପ୍ରକଟ କରିଥିବା 12.13 କୋଟି ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ସୋନିଆ ଗାନ୍ଧୀ । ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଭୋଟରଙ୍କୁ ଦେଶ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଆସନ୍ତା ଜୁନ୍ 17 ତାରିଖରେ ସଂସଦ ଅଧିବେଶନ ପୂର୍ବରୁ କଂଗ୍ରେସର ବୈଠକ ବସିବ ବୋଲି ଜଣାପଡିଛି ।
Tags: