ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ)ଙ୍କ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ଯାଳୟ ନିରୀକ୍ଷଣ

Published: May 31, 2023, 9:06 pm IST

ଖୋର୍ଦ୍ଧା: କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ଯାଳୟକୁ ନିରୀକ୍ଷଣ କରିଛନ୍ତି। ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଛନ୍ତି।

କାର୍ଯ୍ଯାଳୟ ନିରୀକ୍ଷଣ ବେଳେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ କାର୍ଯ୍ଯାଳୟର ବିଷୟରେ ପଚାରି ବୁଝିଛନ୍ତି। ଏହି କାର୍ଯ୍ଯାଳୟରେ ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଷ୍ଟୋର କିପର, କ୍ଳର୍କ-କମ-ଲାଇବ୍ରେରିଆନ, ୨ ଜଣ ପିଅନ, ଜଣେ ରାତ୍ରି ଜଗୁଆଳୀ ପଦବୀ ଖାଲି ପଡିଥିବା ବେଳେ ଖୁବ ଶୀଘ୍ର ଲାଇବ୍ରେରିୟାନ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ଜଣେ ଅପରେଟରଙ୍କ ନିଯୁକ୍ତି ବିଷୟରେ ବିଭାଗର ଦ୍ରୁଷ୍ଟିକୁ ନେଇ ପତ୍ର ମାଧ୍ୟମରେ ଜଣାଇବାକୁ କହିଛନ୍ତି। ତତସହିତ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ଯାଳୟରେ ଥିବା ପାଠାଗାରକୁ ପରିଦର୍ଶନ କରିଛନ୍ତି।

Related posts