Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ମୁକ୍ତି ଦିବସ ପାଳିତ, ଦିଆଗଲା ସହୀଦ କୃତିବାସଙ୍କୁ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ବାଣପୁର ମୁକ୍ତି ଦିବସ ପାଳିତ, ଦିଆଗଲା ସହୀଦ କୃତିବାସଙ୍କୁ ଶ୍ରଦ୍ଧାଞ୍ଜଳି

June 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ମୁକ୍ତି ଦିବସ ପାଳିତ, ଦିଆଗଲା ସହୀଦ କୃତିବାସଙ୍କୁ ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ

ବାଣପୁର:୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ , ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ କୃତ୍ତିବାସ ପଟଶାଣୀ ଙ୍କୁ ଜନ୍ମମାଟି ବାଣପୁରଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ କବି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ସହୀଦ କୃତିବାସ ଭବନଠାରେ ଆୟୋଜିତ ବାଣପୁର ମୁକ୍ତି ଦିବସ ସମାରୋହରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ଶରତ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ସମ୍ମାନିତ ବକ୍ତା କବି ପୁରୁଷୋତ୍ତମ ମହାପାତ୍ର,ସମ୍ମାନିତ ଅତିଥି ସମାଜସେବୀ ଓ ଆଇନଜୀବୀ ରବୀନ୍ଦ୍ରନାଥ ମାନସିଂ ଯୋଗ ଦେଇଥିଲେ।

ବୀର ପ୍ରସବିନୀ ବାଣପୁର ମାଟି ୧୮୧୭ ପ୍ରଥମ ପାଇକ ବିଦ୍ରୋହର ସୁତ୍ରଧର ଥିଲେ ବକ୍ସି ଜଗବନ୍ଧୁ। ତାଙ୍କର ଡାହାଣହାତ ଭାଟପଡ଼ାଗଡ଼ ଦଳବେହେରା ବୀର ଦୀନବନ୍ଧୁ ମହାରଥା ସାମନ୍ତରାୟ ଏବଂ ୧୮୩୬ ବିଦ୍ରୋହର ବୀର ବିପ୍ଳବୀ ସହିଦ କୃତିବାସ ପାଟଶାଣୀ ଙ୍କ ପରି ଦେଶପ୍ରେମୀ ସନ୍ତାନ ଜନ୍ମ କରି ବାଣପୁର ମାଟି ଗର୍ବିତ ବୋଲି ମତ ପ୍ରକାଶ ପାଇଛି। ମା’ ମାଟି ମଣିଷକୁ ଅତ୍ୟାଚାରୀ ଫିରିଙ୍ଗିମାନଙ୍କ ଶୋଷଣ, କଷଣରୁ ମୁକ୍ତି ପାଇଁ ଫିରିଙ୍ଗି ସହିତ ଲଢ଼େଇ କରି ବାଣପୁରକୁ ତିନି ଦିନ ପାଇଁ ସ୍ଵାଧୀନତା ଘୋଷଣା କରାଯାଇଥିଲା। ସେହି ରକ୍ତିମ ଅଧ୍ୟାୟ ର ନାୟକ କୃତିବାସ ପାଟଶାଣୀଙ୍କୁ ଭାରତ ସ୍ଵାଧୀନତା ଆନ୍ଦୋଳନର ଇତିହାସ ପୃଷ୍ଠା ଯୁଗଯୁଗ ଧରି ସ୍ମରଣ କରୁଥିବ ବୋଲି ଅତିଥୀଗଣ ବକ୍ତବ୍ୟ ରଖିଥିଲେ।

ଅନୁଷ୍ଠାନ ତଥା ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ଵତ ପ୍ରତିଭା କବିତା, ଗଳ୍ପ, ପ୍ରବନ୍ଧ, ନାଟକ ମାଧ୍ୟମରେ ସହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଅର୍ପଣ କରିଥିଲେ। ବିପ୍ଳବୀ କବି ରବି ସିଂଙ୍କ ରଚିତ “ଇତିହାସକୁ ତୋ ପଚାର ଭାଇରେ “କବିତା ଆବୃତ୍ତି ସମାରୋହରେ ଏକ ଶୀହରଣ ସୃଷ୍ଟି କରିଥିଲା। ସଂପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Latest News

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.