Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ
ଆଜିର ଖବର

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

June 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି। ସ୍ଥାନୀୟ ମିଡ଼୍‌ଟାଉନଠା୍‌ରେ ଶୁକ୍ରବାର ଅପରାହ୍ନ ୪ଘଟିକାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା। ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି।
କଳାହାଣ୍ଡିକୁ ପ୍ରତି ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଏକ ମଣ୍ଡଳ ଭାବରେ ଅଭିହିତ କରି ପ୍ରତି ମଣ୍ଡଳରେ ଦିନେ ଲେଖାଏଁ ଏହି ଅଭିଯାନର ମୁଖ୍ୟ ପୁରୋଧା ଡ. ସୁନୀତି ମୁଣ୍ଡ୍ ପ୍ରବାସ କରିଥିଲେ । ମେ ୨୩ ତାରିଖରୁ ଏହି ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନଗର ମଣ୍ଡଳ, କେସିଙ୍ଗା ନଗର ମଣ୍ଡଳ, ବୋରିଆ, ଉତ୍କେଲା, କଶୃପଡ଼ା, ଜୋରାଡ଼ବ୍ରା, କର୍ଲାମୁଣ୍ଡା, ବିଶ୍ୱନାଥପୁର, ଲାଞ୍ଜିଗଡ଼, ମ.ରାମପୁର, ନର୍ଲା, ରୁପ୍ରା, ସରିଆ, ଥୁ.ରାମପୁର, ଡୁମେରପଦର, କୁଟୁରୁଖମା, ଜୁନାଗଡ଼ ନଗରମଣ୍ଡଳ, ନାନ୍ଦୋଳ, ଆଟି ଗାଁ ମଣ୍ଡଳ, ଦଶପୁର, କେ ଗାଁ, ବୋର୍ଡ଼ା, କର୍ଲାପଡ଼ା, ଗୋଲାମୁଣ୍ଡା, ଦାସୀ ଗାଁ, କଲମପୁର, ହାବସପୁର, ମୋଟେର, ବିଜମରା, ଆମପାଣି, କୋକସରା, ବଡ଼କର୍ଲାକୋଟ, ଜୟପାଟଣା, ବାନେର, ପର୍ଲା, ଟିପିଗୁଡା, ଧର୍ମଗଡ଼ ନଗର ମଣ୍ଡଳ, ଖଇରପଦର, ଦେପୁର, ମୋହନଗିରି ଆଦି ୪୦ଟି ମଣ୍ଡଳକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସମବେତ ଭାବରେ ସ୍ୱର ଉଠାଇବାକୁ ପ୍ରେରିତ କରିଥିଲେ।
“ଗାଁକୁ ଚାଲ” ଡାକରା ସହିତ ଏହି ଅଭିଯାନର ମୁଖ୍ୟ ସ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ୍ୟ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ ଗୁଡିକ ନିଆଯାଇଥିଲା। ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୫କିଲୋମିଟର ଭିତରେ ଥିବା ୮ ରୁ ୧୧ଟି ପଂଚାୟତର ବିଭିନ୍ନ ସଂଗଠନ ଓ ନେତୃମଣ୍ଡଳୀଙ୍କୁ ଭେଟିବା ସହିତ ସ୍ଥାନୀୟ ମୁଖ୍ୟ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରିଥିଲା। ପ୍ରାୟତଃ ଅଧିକାଂଶ ସ୍ଥାନରେ ପିଇବା ପାଣିର ସମସ୍ୟା, ରାସ୍ତାଘାଟ ସମସ୍ୟା, ସ୍ୱାସ୍ଥ୍ୟ ସୁବିଧା ଉପଲବ୍‌ଧ ନଥିବା, ଦୁର୍ଗମ ଅଂଚଳରେ ବିଦ୍ୟୁତ କାଟ ଯୋଗୁଁ ମାସ ମାସ ଧରି ଲୋକେ ଅନ୍ଧାରରେ ରହୁଥିବା ଲକ୍ଷ୍ୟ କରାଯାଇଥିଲା। ବିଦ୍ୟୁତ ସରୋବରାହରେ ବ୍ୟାଘାତ ଯୋଗୁଁ ଉଠା ଜଳସେଚନରେ  ଅସୁବିଧା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି।
ଲାଞ୍ଜିଗଡ଼ ବିଧାନସଭା ଅନ୍ତର୍ଗତ ଅଧିକାଂଶ ସ୍ଥାନ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ମୋହନଗିରି ଅଂଚଳରେ ମୋବାଇଲ ନେଟ୍‌ୱର୍କ ଅସୁବିଧା ଯୋଗୁଁ ଲୋକେ ଟେଲି କମ୍ୟୁନିକେଶନର ସୁବିଧାରୁ ବଂଚିତ ରହିଛନ୍ତି। ଜୁନାଗଡ଼ ବିଧାନସଭାର କେ ଗାଁ ତଥା ଗୋଲାମୁଣ୍ଡା ଅଂଚଳରେ ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ସରକାର ପାଣିକୁ ପରୀକ୍ଷା କରି ସ୍ଥାନୀୟ ଜନସାଧାରଣଙ୍କୁ ଉପଯୋଗୀ ଶୁଦ୍ଧ ପିଇବା ପାଣି ଯୋଗାଇବା ନିତାନ୍ତ ଜରୁରୀ ହୋଇଛି। କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍‌ତା, କଳାକାର ଭତ୍‌ତାରେ ଅନେକ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିବା ତଥା ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା ବୋଲି ଡଃ ମୁଣ୍ଡ କହିଛନ୍ତି।
ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା। ୪୦ ଦିନ ଧରି ନିରନ୍ତର ଚାଲିଥିବା ଏହି ଅଭିଯାନକୁ ‘ଗାଁକୁ ଚାଲ’ ନାମକରଣ କରାଯାଇଥିଲା। ଆଧୁନିକ ଚାକଚକ୍ୟର ବଶବର୍ତୀ ହୋଇ ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ କଳାହାଣ୍ଡି ବିକାଶ ପରିଷଦ ଲୋକଙ୍କୁ ଗ୍ରାମାଭିମୁଖି କରିବା ସହିତ ନିଜ ଜୀବନର ଅନୁଭୂତିକୁ ଗାଁରେ ନିୟୋଜିତ କରିବାକୁ ପରୋକ୍ଷରେ ପ୍ରେରିତ କରାଯାଇଥିଲା।
ଭାରତର ଆତ୍ମା ଗାଁରେ ଅଛି ଏଣୁ ପ୍ରଥମେ ଗାଁକୁ ସୁଦୃଢ଼ କରିବାକୁ ହେବ।
ଏହି ଅଭିଯାନରେ ଡଃ ମୁଣ୍ଡ୍‌ଙ୍କୁ ଗ୍ରାମବାସୀ ସହଯୋଗ କରିବା ସହିତ ଏହି ସାଧୁ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଥିଲେ।
କଳାହାଣ୍ଡି କଳାହାଣ୍ଡି ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.