Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା କ୍ଷେତ୍ରରେ ସୋଆ ଗବେଷକଙ୍କ ଅଭିନବ ସୂତ୍ରର ଉଦ୍‌ଭାବନ
ଆଜିର ଖବର

ଚିକିତ୍ସା କ୍ଷେତ୍ରରେ ସୋଆ ଗବେଷକଙ୍କ ଅଭିନବ ସୂତ୍ରର ଉଦ୍‌ଭାବନ

June 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ରର ଉଦ୍‌ଭାବନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷକ। ଏହି ଫର୍ମୁଲେସନ୍‌ଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ବୁଧବାର ଭାରତ ସରକାରଙ୍କ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହିତ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ କରାଯାଇଛି।

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି, ଗଳାରେ ସଂକ୍ରମଣ ଓ ଦୀର୍ଘକାଳୀନ କ୍ୟାନ୍ସର ଚିକିତ୍ସାକୁ ସହଜ କରିବା ସମ୍ଭବ ହୋଇପାରିବ ବୋଲି ଏହି ଗବେଷଣା ଟିମ୍‌ର ନେତୃତ୍ୱ ନେଇଥିବା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ ସୂଚନା ଦେଇଛନ୍ତି।

ଏସ୍‌ପିଏସ୍ ପରିଚାଳିତ ସୋଆ-ଡିବିଟି ବିଲ୍ଡର ନ୍ୟାସ୍‌ନାଲ୍ ଲାବାରେଟୋରୀର ଗବେଷକମାନେ ଏଭଳି ଅଭିନବ ସୂତ୍ର ବିକଶିତ କରିଛନ୍ତି ଯାହା ଆଖିରେ ପ୍ରିଜରଭେଟିବ ସମ୍ବଳିତ ଡ୍ରପ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଉପଯୋଗୀ ହୋଇପାରିବ। ଏଭଳି ଡ୍ରପ୍ ଦୀର୍ଘ ଦିନ ଧରି ବ୍ୟବହାର କରିବା ଦ୍ୱାରା ଆଖିର କ୍ଷତି ଘଟିଥାଏ ବୋଲି ପ୍ରଫେସର ରଥ କହିଛନ୍ତି।

ସୋଆ ଗବେଷକ ଟିମ୍ ଏଭଳି ଉଦ୍‌ଭାବନ କରିଛି ଯାହାକି ପ୍ରିଜରଭେଟିବ ବିନା କୃତ୍ରିମ ଲୁହ ସୃଷ୍ଟି କରିବ ଏବଂ ଏହା ଦ୍ୱାରା ଦୀର୍ଘ କାଳ ବ୍ୟବହାର ହେଉଥିବା ଔଷଧ କ୍ଷତିକାରକ ହେବ ନାହଁ। ଏହାର ପ୍ରଭାବ ଦୀର୍ଘ କାଳ ପର୍ଯ୍ୟନ୍ତ ରହିବ ଏବଂ ଡ୍ରପ୍ ବ୍ୟବହାରକାରୀଙ୍କୁ ବାରମ୍ବାର ଔଷଧ ବ୍ୟବହାର କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ବର୍ତମାନ ଗଳାରେ ସୃଷ୍ଟି ହେଉଥିବା ସଂକ୍ରମଣ ନିମନ୍ତେ ଯେଉଁ ଗାର୍ଗଲ୍ ଔଷଧ ବ୍ୟବହାର କରାଯାଉଛି ତା’ର ପ୍ରଭାବ ମାତ୍ର ୧୫ ରୁ ୨୦ ମିନିଟ ରହୁଛି ଫଳରେ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି। ତେବେ ସୋଆ ଟିମ୍ ଏଭଳି ଏକ ଗାର୍ଗଲ ସ୍ପ୍ରେ ର ଉଦ୍‌ଭାବନ କରିଛନ୍ତି ଯାହାକି ଗୋଟିଏ ଥର ବ୍ୟବହାର କଲେ ଏହାର ପ୍ରଭାବ ପ୍ରାୟ ୪ ଘଂଟାରୁ ଊର୍ଦ୍ଧ୍ୱ ସମୟ ରହିବ। ଏହା ଡୋଜ୍‌ର ମାତ୍ରାକୁ କମ୍ କରିବନି ମାତ୍ର ଔଷଧର ପ୍ରଭାବକୁ ବୃଦ୍ଧି କରିବ ବୋଲି ପ୍ରଫେସର ରଥ କହିଛନ୍ତି।

ଗବେଷକମାନେ ପାଟିରେ ସୃଷ୍ଟି ହେଉଥିବା ଅଲ୍‌ସରର ଚିକିତ୍ସାକୁ ଖୁବ୍ ସରଳ କରିବା ପାଇଁ ତଥା କେମୋଥେରାପି ନେଉଥିବା କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ସହାୟକ ହେବା ନିମନ୍ତେ ଏକ କୃତ୍ରିମ ଲାଳର ମଧ୍ୟ ଉଦ୍‌ଭାବନ କରିଛନ୍ତି। କେମୋଥେରାପି ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କର ପାଟି ଶୁଖିଯାଇଥାଏ ଓ ଲାଳର ମାତ୍ରା ମଧ୍ୟ କମିଯାଇଥାଏ। ତେଣୁ ନାନୋଟେକ୍ନୋଲୋଜି ପ୍ରକ୍ରିୟାରେ ଫାଷ୍ଟ ଡିଜଲଭିଂ, ମ୍ୟୁକୋଆଧେସିଭ୍ ଥିନ୍ ଫିଲ୍ମସ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା କି ପାଟିରେ ଜଳୀୟ ଅଂଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖି ହେବ ଏବଂ ମୁଖ ସଂକ୍ରମଣର ଚିକିତ୍ସା ମଧ୍ୟ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଗବେଷକଙ୍କ ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଗୌତମ ଘୋଷ, ଆସୋସିଏଟ୍ ପ୍ରଫେସର ଡକ୍ଟର ବିଶ୍ୱକାନ୍ତ କର, ରିସର୍ଚ୍ଚ ସାଇନ୍‌ଟିଷ୍ଟ ଡକ୍ଟର ଦେବସ୍ମିତା ଦୁବେ, ପ୍ରୋଜେକ୍ଟ ସାଇନ୍‌ଟିଷ୍ଟ ଡକ୍ଟର ଭିନୀତ କୁମାର ରାଏ, ସିନିୟର ପ୍ରୋଜେକ୍ଟ ଆସୋସିଏଟ୍ ଶ୍ରୀ ଦୀପକ ପ୍ରଧାନ, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ପ୍ରିୟଙ୍କା ଦାଶ ଓ ଡକ୍ଟର ଚନ୍ଦନ ଦାସ, ଜୁନିୟର ରିସର୍ଚ୍ଚ ଫେଲୋ ଶ୍ରୀ ଜୀତୁ ହାଲ୍‌ଦାର ଓ ଶ୍ରୀ ତୁଷାର କାନ୍ତି ରାଜେୱାର ଓ ପିଏଚ୍‌ଡି ସ୍କଲାର ମିସ୍ ଆଇଭି ଶାହା ଓ ମିସ୍ ରିତୁ ମହାନ୍ତି ସାମିଲ ଅଛନ୍ତି।

ଭାରତୀୟ ଉତ୍ପାଦନକୁ ଗୁରୁତ୍ୱ ଦେଇ ପ୍ରାକୃତିକ ପଦାର୍ଥକୁ ନେଇ ଗବେଷଣାକୁ ପ୍ରୋତ୍ସାହିତ କରୁଥିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଗ୍ରୀନ୍ ଜିଭା ନାମକ ଏକ ବିଶ୍ୱସ୍ତରୀୟ ଇ-କମର୍ସ ପ୍ଲାଟଫର୍ମ ସହିତ ନିକଟରେ ସୋଆ ସହଭାଗିତା ଆରମ୍ଭ କରିଛି ବୋଲି ପ୍ରଫେସର ରଥ କହିଛନ୍ତି। ସୋଆ ଟିମ୍ ନିରନ୍ତର ଭାବରେ ସୁରକ୍ଷିତ, ପ୍ରଭାବି, ସ୍ଥିର ଏବଂ କମ୍ ଖର୍ଚ୍ଚରେ ଟେକ୍ନୋଲୋଜି ଯୋଗାଇ ଦେବା ନିମନ୍ତେ ଡ୍ରଗ ଡେଲିଭରି, ପ୍ରୋବାୟୋଟିକ୍ସ, ପ୍ରାକୃତିକ ପଦାର୍ଥ, ନାନୋ ଟେକ୍ନୋଲୋଜି, ଫାର୍ମାସ୍ୟୁଟିକାଲ୍ ଏବଂ ଖାଦ୍ୟ ପଦାର୍ଥ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ରଥ ଓ ତାଙ୍କ ଟିମ୍‌କୁ ଏହି ଟେକ୍ନୋଲୋଜିର ବିକାଶ ଦିଗରେ କାର୍ଯ୍ୟ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଟେକ୍ନୋଲୋଜିର ଆଦାନ ପ୍ରଦାନ, ଅଭିନବ ଓ ଇଂଟର ଡିସିପ୍ଲିନାରି ଗବେଷଣା ଦ୍ୱାରା ଟେକ୍ନୋଲୋଜିର ବିକାଶ ଏବଂ ଶିଳ୍ପକୁ ହସ୍ତାନ୍ତର ଦିଗରେ କାର୍ଯ୍ୟ କରିବା ଉପରେ ପ୍ରଫେସର ନନ୍ଦ ଗୁରୁତ୍ୱ ଦେଇଥିଲେ।

ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ଏସ୍‌.ସି. ସି ଗବେଷକ ଟିମ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିବା ସହ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ରଥ କହିଛନ୍ତି ଯେ ଗବେଷଣା କାର୍ଯ୍ୟ ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ନିରନ୍ତର ସହଯୋଗ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି।

ଶୁକ୍ରବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ନନ୍ଦ ପ୍ରଫେସର ରଥଙ୍କୁ ତାଙ୍କ ଉଚ୍ଚକୋଟୀର ଗବେଷଣା ଓ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଗବେଷକ ଟିମ୍‌ଙ୍କ ସମେତ ସୋଆର ବିଶିଷ୍ଟ ଗବେଷକ, ଡିନ୍ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସୋଆ ଗବେଷକ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.