ଯୁକ୍ତ ୨ ପାଇଁ ଜୁନ ୬ରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା

Published: Jun 1, 2019, 2:21 pm IST

ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍‌ ୬ ତାରିଖରୁ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀମାନେ ବିଭିନ୍ନ ଜୁନିଅର କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ । ଉଭୟ ସରକାରୀ ଏବଂ ପ୍ରାଇଭେଟ କଲେଜରେ ନାମଲେଖା ପାଇଁ ପ୍ରକ୍ରିୟା ସମାନ ରହିଛି ।  ନାମଲେଖା ଆବେଦନ ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫିସ୍ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତିନି ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଅନ୍‌ଲାଇନ୍ ଆବେଦନ ପାଇଁ  www.samsodisha.gov.in ୱେବସାଇଟ୍‌କୁ ଯିବାକୁ ପଡ଼ିବ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ହେଉଛି ଜୁନ୍ ୨୦।  ଅଫଲାଇନ ପାଇଁ ସମୟସୀମା ଜୁନ ୨୧ ରହିଛି ।

Related posts