ଆଜି ଓଡିଶା ଆସୁଛନ୍ତି ମମତା ବାନାର୍ଜୀ, ଆହତ ଟ୍ରେନ ଯାତ୍ରୀଙ୍କୁ ଦେବେ ସହାୟତା ରାଶି

Published: Jun 6, 2023, 9:24 am IST
Mamata

କୋଲକାତା: ଆଜି ପୁଣି ଥରେ ଓଡିଶା ଆସୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରୁ କଟକ ଯିବେ। ସେଠାରେ ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ପଶ୍ଚିମବଂଗର ଯାତ୍ରୀମାନଙ୍କୁ ଭେଟିବେ। ସେଠାରେ ସେ ମଧ୍ୟ ଘୋଷଣା କରିଥିବା ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି।

ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିସହିତ ପରିବାରର ଜଣଙ୍କୁ ହୋମ ଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ।

ଯେଉଁମାନେ ଆହତ ହୋଇ ନାହାଁନ୍ତି ହେଲେ ଏହି ଦୁର୍ଘଟଣାରେ ମାନସିକ ସ୍ତରରେ ଆଘତ ହୋଇଛନ୍ତି ସେମାନଙ୍କୁ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Related posts