ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ ଡାକ୍ତରଖାନାରେ ଭର୍ତ୍ତି

Published: Jun 6, 2023, 1:05 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଜଣେ ଯୁବକଙ୍କୁ ଗତକାଲି ଖଣ୍ଡାରେ ଆକ୍ରମଣ ହୋଇଥିବା ଖବର ମିଳିଛି। ଆକ୍ରମଣରେ ଆହତ ଯୁବକ ବଳିଆ ସାହୁ ଓ ତା’ର ଘର ବଡ଼ବଜାର ଥାନା ଅନ୍ତର୍ଗତ ଧର୍ମନଗର ବୋଲି ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ଖଣ୍ଡା ଚୋଟରେ ଆହତ ବଳିଆ ସାହୁ ବଡଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସିତ ହେଉଛନ୍ତି। ଦାଦା ବଟି କୁ ନେଇ ଦୁଇ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରିଛନ୍ତି ବୋଲି ବଳିଆର ମାଁ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ୍ ୧୯୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଅତି ଶୀଘ୍ର ଦୁଇ ଆକ୍ରମଣକାରୀ ଯୁବକଙ୍କୁ କାବୁ କରାଯିବ ବୋଲି ପୋଲିସ କହିଛି।

Related posts