ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ସେବା କର୍ମଚାରୀ

Published: Jun 9, 2023, 12:02 am IST

ଭୁବନେଶ୍ଵର: ନୁଆପଡା ଖରିଆର ରୋଡ ନିକଟ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏସି କୋଚ୍ ତଳେ ନିଆଁ ଲାଗିଛି। ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି।

ରେଳବାଇ ସୂଚନା ଅନୁଯାୟୀ, ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ ଖରିଆର ରୋଡ ଷ୍ଟେସନରେ ରାତି ୧୦:୦୭ ରେ ପହଞ୍ଚିଥିଲା। ବ୍ରେକ୍ ଘର୍ଷଣ ହେତୁ ବି-୩ କୋଚ ତଳେ ବ୍ରେକ୍ ପ୍ୟାଡ୍ ରେ ନିଆଁ ଲାଗିଯାଇଥିଲା। କିନ୍ତୁ କୋଚ୍ ଭିତରକୁ ନିଆଁ ପ୍ରବେଶ କରିନଥିଲା। କେବଳ ବ୍ରେକ୍ ପ୍ୟାଡରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ।

ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇଥିଲା ଏବଂ ଟ୍ରେନ୍ ରାତି ୧୧ ଟାରେ ଉକ୍ତ ଷ୍ଟେସନରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Related posts