ପ୍ରଥମ ଇନିଂସରେ ଭାରତ ୨୯୬ ରନରେ ପତନ, ଅଷ୍ଟ୍ରେଲିଆ ୧୭୩ ରନରେ ଆଗୁଆ

Published: Jun 9, 2023, 6:51 pm IST

ନୂଆଦିଲ୍ଲୀ: ‘ଓଭାଲ’ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଡବ୍ଲୁଟିଏସି ଫାଇନାଲ ମ୍ୟାଚର ତୃତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଭାରତୀୟ ଇନିଂସର ପତନ ଘଟିଛି। ଭାରତ ସମସ୍ତ ୱିକେଟ ହରାଇ ୨୯୬ ରନ କରିପାରିଛି। ଯାହାପରେ ଅଷ୍ଟ୍ରେଲିଆ ୧୭୩ ରନ ଅଗ୍ରଣୀ ହାସଲ କରିଛି।

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାନେ ସର୍ବାଧିକ ୮୯ ରନ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁର ୫୧ ରନ କରିଛନ୍ତି। ସେହିଭଳି ରବୀନ୍ଦ୍ର ଜାଡେଜା ୪୮ ରନ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ କମିନ୍ସ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ ଏବଂ କ୍ୟାମରନ ଗ୍ରୀନ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୪୬୯ ରନ ସଂଗ୍ରହ କରିଥିଲା।

Related posts