୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର : ରାହୁଲ୍‌ ଗାନ୍ଧି

Published: Jun 1, 2019, 3:35 pm IST

ସପ୍ତଦଶ ଲୋକସଭା ନିର୍ବାଚନରେ ବହୁମତ ନେଇ ବିଜେପି ସରକାର ଗଠନ କରିଛି । ସଂସଦରେ ବିଜେପିର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ ବୋଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରକାଶ କରିଛନ୍ତି।  ଶନିବାର ସଂସଦର କେନ୍ଦ୍ରୀୟ ହଲ୍‌ରେ କଂଗ୍ରେସ ସଂସଦୀୟ ଦଳ ନେତା ଚୟନ ସମୟରେ ରାହୁଲ ଏଭଳି କହି ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ଯଦି ସେମାନେ ଆକ୍ରାମଣାତ୍ମକ ତଥା ସଚେତନ ରହିବେ, ତେବେ ସରକାର ଭୁଲ୍‌ ପଦକ୍ଷେପ ନେଇପାରିବେ ନାହିଁ ବୋଲି ରାହୁଲ କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ଓ ସ୍ବାର୍ଥ ପାଇଁ ଲଢ଼େଇ ପୂର୍ବଭଳି ଜାରି ରଖିବାକୁ ରାହୁଲ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ସଂସୀଦୟ ଦଳର ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି । ସେହିପରି ମୋଦି ସରକାର ୧୭ମ ଲୋକସଭାର ପ୍ରଥମ ସଂସଦୀୟ ଅଧିବେଶନ  ଜୁନ୍‌ ୧୭ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ ।

Related posts