
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ମ୍ୟାଚ୍ ବର୍ତ୍ତମାନ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ଦିନର ଖେଳ ଶେଷରେ ଭାରତୀୟ ଦଳର ସ୍କୋର ୩ ୱିକେଟ୍ ହରାଇ ୧୬୪ ରନ୍ କରିଛି। ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଆଉ ୨୮୦ ରନ୍ ଆବଶ୍ୟକ। ଚତୁର୍ଥ ଦିନ ଖେଳ ଶେଷରେ ବିରାଟ କୋହଲି ୪୪ ଏବଂ ଅଜିଙ୍କ୍ୟ ରାହାଣେ ୨୦ ରନ୍ ସ୍କୋର କରିବା ପରେ ଅପରାଜିତ ପାଭିଲିୟନ ଫେରିଛନ୍ତି।