ପ୍ରଥମ ମହିଳା ଭାବେ ଜୁଲାଇ ୫ରେ ପ୍ରଥମ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

Published: Jun 1, 2019, 4:06 pm IST

ଚଳିତ ସଂସଦର ପ୍ରଥମ ବଜେଟ୍‌ ଆସନ୍ତା ଜୁଲାଇ ୫ରେ ଉପସ୍ଥାପନ କରିବାକୁ ଯାଉଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ସ୍ବାଧୀନ ମହିଳା ଅର୍ଥନୀତି ଭାବରେ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ । ଶପଥ ଗ୍ରହଣର ଗୋଟିଏ ଦିନ ପରେ ପଦବୀ ବଣ୍ଟନ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ପ୍ରଦାନ କରିଛନ୍ତି । ୧୭ ଜୁନ୍‌ରେ ଚଳିତ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ୨୬ ତାରିଖରେ ଶେଷ ହେବାକୁ ଯାଉଛି । ସଂସଦର ଏହି ନିମ୍ନ ସଦନର ବାଚସ୍ପତି ଚୟନ ଚଳିତ ୧୯ ତାରିଖରେ ହେବାର ଥିବା ବେଳେ ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଏବଂ ଜୁଲାଇ ୫ ତାରିଖରେ ବଜେଟ୍‌ ଉପସ୍ଥାପିତ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନର ଅଧିବେଶନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ । ପ୍ରଥମ ଦିନ ଜଣେ କାର୍ଯ୍ୟକାରୀ ବାଚସ୍ପତି ମଧ୍ୟ ନିଯୁକ୍ତ ହେବେ ।

Related posts