
ଭୁବନେଶ୍ବର: ଓଡିଶାରେ ବାରମ୍ବାର ବିଜୁଳି ବିଭ୍ରାଟକୁ ଜନ ଅସନ୍ତୋଷ ବଢିବା ପରେ ଏବେ ଟାଟା ପାୱାର କଂପାନୀ ପଦକ୍ଷେପ ଗ୍ରହଣ କରିଛି। ମରାମତି ପାଇଁ କଂପାନୀ ନିୟୋଜିତ କରିଛି ୭ହଜାର ୭୦୦ କର୍ମଚାରୀ। ଯେଉଁଠାରେ ମରାମତିର ଆବଶ୍ୟକ ଅଛି ସେଠାରେ ଯୁଦ୍ଧକାଳିନ ଭିତ୍ତିରେ ଏହି କର୍ମଚାରୀ ନିୟୋଜିତ ହେବେ।
ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଖୋଦ ମୁଖ୍ୟ ଶାସନ ସଚିବ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ସମାଲୋଚନା କରାଯାଇଥିଲା। କଂପାନୀର ଧିର କାମ ଦେଖି ମୁଖ୍ୟ ଶାସନ ବୈଠକ ଡାକି ତାଗିଦ କରିଛନ୍ତି। ଏହାପରେ ବର୍ତ୍ତମାନ କଂପାନୀ ପଦକ୍ଷେପ ଗ୍ରହଣ କରିଛି।