Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୋରି ମାମଲା: ୫ ଯୁବକ ଗିରଫ, ମାଲିକଙ୍କୁ ଅଳଙ୍କାର ଫେରସ୍ତ କଲା ଟାଉନ ଥାନା ପୋଲିସ
ଆଜିର ଖବର

ଚୋରି ମାମଲା: ୫ ଯୁବକ ଗିରଫ, ମାଲିକଙ୍କୁ ଅଳଙ୍କାର ଫେରସ୍ତ କଲା ଟାଉନ ଥାନା ପୋଲିସ

June 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗର ୮ ମ ଲାଇନର ସି ଏଚ୍ ଭାସ୍କର ରାଓ ଆଚାରୀଙ୍କ ଘରୁ ଗତ ୨୧ ତାରିଖରେ ଏକ ବଡ଼ ଧରଣର ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ ଏକ ଟିମ୍ ଗଠନ କରି କିଛି ପୁରୁଣା ଚୋରି ରାକେଟକୁ ଧରି ପଚରାଉଚରା କରିବା ବେଳେ କିଛି ଅଭିଯୁକ୍ତଙ୍କଙ୍କ ନାମ ଏହି ଚୋରି ଘଟଣାରେ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ଏହି ଆଧାରରେ ପୋଲିସ ଅନୁସନ୍ଧାନ ଚଳାଇ ଏହି କାର୍ଯ୍ୟରେ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଯଥା ମହମ୍ମଦ ବଶୀର, ଇରଫାନ୍ ବେଗ୍, ଏସ୍ କେ ଆଶୁ ଓ ଏସ୍ କେ ସମୀର ସମେତ ଚୋରି ଅଳଙ୍କାର କିଣି ମରାମତି ଦୋକାନର ମାଲିକ ଜାକିର ହୁସେନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୁଚନା ଅନୁଯାୟୀ ଅଭିଯୋଗକାରି ଭାସ୍କର ରାଓ ଗତ ୨୧ ତାରିଖରେ ସପରିବାର ଘରେ ତାଲା ପକାଇ ବିଶାଖାପାଟଣା ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ମାନେ ଘର ତାଲା ଭାଙ୍ଗି ୬୦ ଗ୍ରାମ ସୁନା, ୧୦୦ ଗ୍ରାମ ରୁପା ଓ ନଗଦ ୧୭ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା।

ପ୍ରକାଶ ଥାଉକି ଗତ ୨୪ ତାରିଖରେ ଭାସ୍କର ରାଓ ଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ଜଣଙ୍କ ତାଙ୍କ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭଙ୍ଗା ହୋଇଛି। ଏହି ବିଷୟରେ ଘର ମାଲିକଙ୍କୁ ମହିଳା ଜଣଙ୍କ ଫୋନ୍ କରି ଜଣାଇଥିଲେ। ଭାସ୍କର ନିଜ ଶଳା ସାଇରାମ୍ କୁ ଫୋନ୍ କରି ଜଣାଇଥିଲେ। ସାଇରାମ୍ ଆସି ଦେଖିଲେ ତାଲା ଭାଙ୍ଗି କବାଟ ଖୋଲା ଅଛି ଓ ସେ ଘର ଭିତରକୁ ଯାଇ ଦେଖିଲା ବେଳକୁ ଚୋରି ହୋଇଥିବା ଜାଣି ଭିଣୋଇ କୁ ଖବର ଦେଇଥିଲେ।

ଭାସ୍କର ତତକ୍ଷଣାତ୍ ବ୍ରହ୍ମପୁର ରେ ପହଞ୍ଚି ଚୋରି ଘଟଣାର ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେବା ସହ ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲେ ଓ ଜବତ୍ ଅଳଙ୍କାର କୁ ଅଭିଯୋଗକାରୀ ଭାସ୍କର କୁ ଫେରସ୍ତ କରିଛନ୍ତି।

ଟାଉନ ଥାନା ପୋଲିସ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.