
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଗୁରୁବାର ତାଙ୍କର ୫୫ ତମ ଜନ୍ମଦିନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ରାଜନୀତିକୁ ଉତ୍ତପ୍ତ କଲା ଭଳି ଔରଙ୍ଗଜେବଙ୍କ ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ରାଜ ଠାକରେ ତାଙ୍କ ଜନ୍ମଦିନରେ ଔରଙ୍ଗଜେବଙ୍କ ଫଟୋର ଏକ କେକ୍ କାଟିଥିଲେ। ବିଶେଷ କଥା ହେଉଛି ସେ ଔରଙ୍ଗଜେବଙ୍କ ବେକ ସ୍ଥାନରେ ଛୁରୀ ବ୍ୟବହାର କରିଥିଲେ।
ଏମଏନଏସ ମୁଖିଆଙ୍କ ଜନ୍ମଦିନ ଅବସରରେ କର୍ମୀମାନେ ତାଙ୍କୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଚିତ୍ର ଥିବା ଏକ କେକ ଉପହାର ଦେଇଥିଲେ। ଏହି କେକ୍ କାଟି ରାଜ ଠାକରେ କର୍ମୀମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ଫଟୋ ବିଷୟରେ ଏକ ବଡ଼ ଧରଣର ବବାଲ ହୋଇଥିଲା। ଏହା ପରେ ଏମଏନଏସ କର୍ମୀମାନେ ମୁମ୍ବାଇରେ ଔରଙ୍ଗଜେବଙ୍କ କୁଶପୁତ୍ତଳିକା ପୋଡି ଦେଇଥିଲେ।