Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ସମସ୍ତ ଓଡିଆଙ୍କ ପସନ୍ଦର ରିଏଲିଟି ସୋ ‘ରଜ କୁଇନ୍‌ ୨୦୨୩’ 
ଆଜିର ଖବର

ଏବେ ସମସ୍ତ ଓଡିଆଙ୍କ ପସନ୍ଦର ରିଏଲିଟି ସୋ ‘ରଜ କୁଇନ୍‌ ୨୦୨୩’ 

June 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏଥର ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକରେ। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି।  ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ।

ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍” ରିଏଲିଟି ସୋ ପହଞ୍ଚିଛି ତାର ‘ଗାଲା’ ରାଉଣ୍ଡରେ। ପ୍ରତିଯୋଗୀ ମାନେ ଗୀତ ଗାଇବା ରାଉଣ୍ଡରେ ପହଁଚିଛନ୍ତି ଓ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ବହୁତ ଶିଘ୍ର ପହଞ୍ଚୁଛି ତାର ଶେଷ ପର୍ଯ୍ୟାୟରେ କାରଣ ଆରମ୍ଭ ହେବାକୁ ଯାଉଛି ଏଲିମିନେସନ ରାଉଣ୍ଡ। ଏହି ରିଏଲିଟି ସୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ, ତେଣୁ ଆଗକୁ ଏହି ପ୍ରତିଯୋଗିତା ଆହୁରି କଷ୍ଟକର କିନ୍ତୁ ଦର୍ଶନୀୟ ହେବ।

ଏହି କାର୍ଯକ୍ରମ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ “ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ‘ରଜ କୁଇନ୍‌’ ଏଥର ବହୁଳ ଭାବରେ ଲୋକାଦୃତ ହୋଇଛି। ଓଡ଼ିଶାର ବରିଷ୍ଠ ସିନେ ଆର୍ଟିଷ୍ଟମାନେ ଏଥର ଜଜ୍ ହୋଇଥିବା ବେଳେ ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରା। ଏହି ମେଣ୍ଟରସ୍ ମାନଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗୀମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ନିଜର ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବା ପାଇଁ କାରଣ ଏହି ରିଏଲିଟି ସୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ। ରଜ ପାଇଁ ବିଶେଷ ଏପିସୋଡ ସବୁ ହୋଇଛି ଯେଉଁଥିରେ ଆପଣମାନେ ଦେଖିପାରିବେ ପ୍ରତିଯୋଗୀଙ୍କ ବିଭିନ୍ନ ପ୍ରଦର୍ଶନ, ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ।”

ଜୀ ସାର୍ଥକ ରିଏଲିଟି ସୋ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025

ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

September 19, 2025

ପୁରାତନ ଦୁର୍ଗା ମେଢ଼ ପାଇଁ ଅନୁଦାନ ଘୋଷଣା କଲା ରାଜ୍ୟ ସରକାର

September 19, 2025
Latest News

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025

ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

September 19, 2025

ପୁରାତନ ଦୁର୍ଗା ମେଢ଼ ପାଇଁ ଅନୁଦାନ ଘୋଷଣା କଲା ରାଜ୍ୟ ସରକାର

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.