କମିଲା ତାପମାତ୍ରା, ଆଜି ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ

Published: Jun 19, 2023, 3:21 pm IST
ତାପମାତ୍ରା

ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ହେଲେ ଏହା ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା। ଦିନରେ କଣ ହେବ କହି ହେବ ନାହିଁ, ହେଲେ ପୂର୍ବ ଅପେକ୍ଷା ତାପମାତ୍ର ହ୍ରସ ପାଇବ ବୋଲି ଅନୁମାନ କରାଯାଉଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ୧୧.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ହେଲା , ଝାରସୁଗୁଡା: ୩୮.୮ ଡ଼ିଗ୍ରୀ, ସମ୍ବଲପୁର: ୩୭.୬ ଡ଼ିଗ୍ରୀ, ହୀରାକୁଦ: ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ, ପୁରୀ: ୩୩.୮ ଡ଼ିଗ୍ରୀ, ପାରାଦୀପ: ୩୩.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୩.୨ ଡ଼ିଗ୍ରୀ, କେନ୍ଦୁଝର: ୩୧ ଡ଼ିଗ୍ରୀ, ବାଲେଶ୍ୱର: ୩୦ ଡ଼ିଗ୍ରୀ, ଗୋପାଳପୁର: ୨୮.୬ ଡ଼ିଗ୍ରୀ ରହିଛି।

Related posts