ରଥଯାତ୍ରାରେ ରାଜନୀତି, ପୁରୀରେ ୯ ବର୍ଷର ମୋଦୀ ସରକାର ପ୍ରଦର୍ଶନୀ

Published: Jun 19, 2023, 3:40 pm IST

ଭୁବନେଶ୍ବର: ପବିତ୍ର ରଥଯାତ୍ରାରେ ମଧ୍ୟ କେନ୍ଦ୍ର ସରକାର ରାଜନୀତି ଭର୍ତ୍ତି କରିବାକୁ ଚେଷ୍ଠା କରିଛନ୍ତି। ତାହା ହେଲା ଆସନ୍ତାକାଲି ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ସରକାର ପୁରୀ ଆୟୋଜନ କରୁଛନ୍ତି ଏକ ପ୍ରଦର୍ଶନୀ। ଯାହାର ନାମ ରହିଛି ‘୯ ବର୍ଷର ସେବା, ସୁଶାସନ, ଗରୀବ କଲ୍ୟାଣ।’ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ପୁରୀ ଗ୍ରାଣ୍ଡରୋଡ ଗଜପତି ନଗର ଛକରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ମୋଦୀ ସରକାରରେ କଣ ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ହୋଇଛି ତାହାର ଫୋଟଚିତ୍ର ସ୍ଥାନିତ କରାଯାଇଛି। ଏହି ପ୍ରଦର୍ଶନୀକୁ ଆୟୋଜନ କରୁଛନ୍ତି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

Related posts