ଆମେରିକାର କାର୍ଯ୍ୟବାହକ ରକ୍ଷା ମନ୍ତ୍ରୀ ପୈଟ୍ରିକ ଶାନାହନ ଅନ୍ୟ ଦେଶର ସମ୍ପତ୍ତିକୁ ଚୋରୀ କରିବା ନେଇ ଚୀନର ଚେଷ୍ଟା ଏବଂ ଦକ୍ଷିଣ ଚୀନ ସାଗରରେ ବନ୍ଦର ବସାଇବା ନେଇ ତୀବ୍ର ନିନ୍ଦା କରିଛନ୍ତି। ଏତଦ୍ ବ୍ୟତୀତ ବେଜିଙ୍ଗର ଖରାପ ବ୍ୟବହାର ଶେଷ ହେବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି। ପୈଟ୍ରିକ ଶାନାହନ ଅନ୍ତରାଷ୍ଟ୍ରୀୟ ମଂଚରେ ସମ୍ବୋନ୍ଧନ କରିବା ସମୟରେ ଚୀନ ଏବଂ ଉତ୍ତର କୋରିଆର ଚେତାବନୀକୁ କଡା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି କି, ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ଆମେରିକା ସର୍ବଦା ପ୍ରତିବଦ୍ଧ ରହିବ। ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥାୟିତ୍ୱ ଆଣିବା ପାଇଁ ଆମେରିକା ଲକ୍ଷ ଲକ୍ଷ ଡଲାର ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ଏହି ସମୟରେ ସେ ପରୋକ୍ଷ ଭାବରେ ଚୀନର ନାମ ନନେଇ ତୀବ୍ର ନିନ୍ଦା କରିଛନ୍ତି। ଏତଦ୍ ବ୍ୟତୀତ ବିବାଦିତ ଦ୍ୱୀପରେ ଉନ୍ନତ ଅସ୍ତ୍ରଶସ୍ତ୍ର ସ୍ଥାନ ସ୍ଥାପିତ କରିବା ପାଇଁ ଚୀନର ଗତିବିଧି ବିଷୟରେ କହି ଶାନହନ ସ୍ପଷ୍ଟ କରିଛନ୍ତି କି, ତାଙ୍କର କାହା ଉପରେ ଲକ୍ଷ୍ୟ ରହିଛି। ଆମେରିକା କାର୍ଯ୍ୟବାହକ ରକ୍ଷା ମନ୍ତ୍ରୀ ଗଣମାଧ୍ୟମ ନିକଟରେ କହିଛନ୍ତି କି, କୌଣସୀ ବି ଦେଶ ହିନ୍ଦ-ପ୍ରଶାନ୍ତରେ ପ୍ରଭୁତ୍ୱ ବିସ୍ତାର କରି ପାରିବ ନାହିଁ କିମ୍ବା କରିବାକୁ ଚାହିଁବ ନାହିଁ।