ସିରିଆରେ ଇସ୍ରାଏଲ୍ ରବିବାର ଆକ୍ରମଣ କରିଛି। ଏହି ଆକ୍ରମଣରେ ସିରିଆ ସେନାବାହିନୀର ତିନି ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସିରିଆର ଦକ୍ଷିଣ ପ୍ରାନ୍ତରେ ରହିଥିବା କ୍ବେନୈଟ୍ରାର ସେନା କ୍ୟାମ୍ପ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଆକ୍ରମଣ ହୋଇଥିଲା। ଏହା ସହିତ ଇସ୍ରାଏଲ୍ର ଗୋଲାନ୍ ହାଇଟ୍ସରେ ମଧ୍ୟ ଆକ୍ରମଣ ହୋଇଛି। ଇସ୍ରାଏଲ ପକ୍ଷରୁ ଟ୍ବିଟ୍ଟର ଜରିଆରେ ଆକ୍ରମଣକୁ ସ୍ବୀକାର କରାଯିବା ସହିତ ଆକ୍ରମଣରେ ବିମାନ ଆକ୍ରମଣ ହୋଇଥିବା ନେଇ ସୂଚନା ଦିଆଯାଇଛି।