
ଭୁବନେଶ୍ଵର: ଆଜି ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ପୋଲିସ ଗିରଫ କରିଛି। ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାହାର ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଏହି ୪ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ଥାନାରେ ଅଭିଯୋଗ ରହିଛି। ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଏବଂ ପ୍ରକାଶ ବଟୁ ଗିରଫ ହୋଇଥିବା ଜଣାପଡିଛି। ଡିସିପି ପ୍ରତୀକ ସିଂହ ଏନେଇ ସୂଚନା ଦେଇଛନ୍ତି।