Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ ୨୬ରୁ ଆରମ୍ଭ ହେବ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ
ଆଜିର ଖବର

ଜୁନ ୨୬ରୁ ଆରମ୍ଭ ହେବ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ ଆସନ୍ତା ଜୁନ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଭୂମିପୂଜନ ଯଜ୍ଞ ଜୁନ ୨୬ ତାରିଖ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ବିଭିନ୍ନ ସାମାଜିକ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଶୁଭ ସମାରୋହର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି।
ଉକ୍ତ ଉତ୍ସବର ଭିତ୍ତିପ୍ରସ୍ତର ସ୍ଥାପନ ଜୁନ ୨୮ ତାରିଖ ସକାଳ ସମୟରେ ଅନୁଷ୍ଠିତ ହେବା ନେଇ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ମହୋତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହି ମହୋତ୍ସବ ଭୁବନେଶ୍ୱରର ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସୂଚିତ କରିବା ସହ ବିଶ୍ୱବାସୀଙ୍କୁ ଏହାର ଐତିହାସିକ ମହତ୍ତ୍ୱ ସଂପର୍କରେ ଅବଗତ କରାଇବ।
ଏହି ତିନିଦିନିଆ ଉତ୍ସବରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ଐତିହ୍ୟ ଓ ପରମ୍ପରାରେ ନିମଜ୍ଜିତ ହେବେ। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଓ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ। ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ଏକ ଶାନ୍ତ ତଥା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଏହି ଉତ୍ସବର ପବିତ୍ରତା ବୃଦ୍ଧି ପାଇବ। ଏହା ସହିତ ତିନିଦିନ ଧରି ନିକଟସ୍ଥ ବିଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ୍‌, ଆଲୋକ ଓ ଶବ୍ଦ ପ୍ରଦର୍ଶନ ଏବଂ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି।
ଏକ ପ୍ରୋଜେକଫ ମଡେଲ ଏବଂ ସୂଚନା ପ୍ରଦର୍ଶନୀ ଆୟୋଜନ କରାଯାଇ ଏକାମ୍ର କ୍ଷେତ୍ରର ଉନ୍ନତି ନିମନ୍ତେ ଜାରି ଉଲ୍ଲେଖନୀୟ ପ୍ରୟାସ ସଂପର୍କରେ ପର୍ଯ୍ୟଟକମାନଙ୍କୁ ସୂଚନା ପ୍ରଦାନ କରାଯିବ । ଜୁନ୍‌ ୨୭ ଓ ୨୮ ତାରିଖ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ହରିହରନ୍‌, ଅନନ୍ତ ସୁବ୍ରମଣି, ଅଭିଲିପ୍‌ସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାର ଏବଂ ଅନ୍ୟ ସ୍ୱନାମଧନ୍ୟ କଳାକାରମାନଙ୍କ ମନଛୁଆଁ ସଂଗୀତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବ।
୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକାମ୍ର କ୍ଷେତ୍ରର ସୁବିଧା ଓ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ନିମନ୍ତେ ‘ଏକାମ୍ର ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଏବଂ ଅନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଐତିହ୍ୟର ପ୍ରଚାରପ୍ରସାର ନିମନ୍ତେ ଚତୁଃପାଶ୍ୱର୍ର ଆବଣ୍ଟିତ ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରନିତତ୍ତ୍ୱ ଏବଂ ପ୍ରନିତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ। ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ। ଏଥି ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାଶ୍ୱର୍ରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ।
ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି ଏବଂ ଉନ୍ନୟନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଭୁବନେଶ୍ୱରର ଗୌରବମୟ ଅତୀତ ଓ ଐତିହ୍ୟର ପୁନରୁଦ୍ଧାର ପ୍ର୍ରକ୍ରିୟାରେ ସାମିଲ ହୋଇ ଏହାକୁ ସଫଳ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରୁଛୁ।
ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଡିିସିପି ପ୍ରତୀକ୍‌ ସିଂ, ଓଡ଼ିଶା ସେତୁ ନିର୍ମାଣ ନିଗମର ଜେ.କେ. ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏକାମ୍ର ପ୍ରକଳ୍ପ ଭୂମିପୂଜନ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025
Latest News

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.