Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩- ଆଜି ଛୋଟ କାଲି ଉସ୍ତାଦ’ ଅଡିସନ୍ ରେ ନିଅନ୍ତୁ ଭାଗ
ଆଜିର ଖବର

ଜୀ-ସାର୍ଥକ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩- ଆଜି ଛୋଟ କାଲି ଉସ୍ତାଦ’ ଅଡିସନ୍ ରେ ନିଅନ୍ତୁ ଭାଗ

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’। ଏହି ମେଗା ରିଆଲିଟି ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।

‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’ ପାଇଁ ଅଡିସନ୍ ଖୁବ୍ ଶୀଘ୍ର ଓଡ଼ିଶାର କିଛି ପ୍ରମୁଖ ସହରରେ ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି, ଯେପରିକି ଜୁଲାଇ ୧ ତାରିଖରେ ପୁରୀର ସୁବାଷ ବୋଷ ଛକ ନିକଟରେ ଥିବା ସଂସ୍କୃତି ଭବନରେ ଓ ଜୁଲାଇ ୨ ତାରିଖ ଭୁବନେଶ୍ବରରେ ୟୁନିଟ୍ ୧ ରେ ଥିବା କସ୍ତୁରବା ନାରୀ ମହଲରେ ଅଡିସନ୍ ହେବାର କାର୍ଯ୍ୟକ୍ରମ ରହିଛି। ଭାଗ ନେବା ପାଇଁ ବୟସ ସୀମା ୫ ବର୍ଷରୁ ୧୫ ବର୍ଷ ରହିଛି। ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’ ରେ ଭାଗ ନେବାପାଇଁ ଜୀସାର୍ଥକ ଦେଖିବା ସହ ଜଲଦି ଜୀ-ସାର୍ଥକର ସୋସିଆଲ ମିଡ଼ିଆ ପେଜ୍ ରେ ଯୋଡ଼ି ହୋଇ ନିଜ ସ୍ବପ୍ନକୁ ପୂରଣ କରନ୍ତୁ। ଏଥର ଲୋକପ୍ରିୟ ଗାୟକ ଓ ଗାୟିକା ଓ ସଙ୍ଗୀତ ନିର୍ଦେଶକ ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କ୍ରୀଷ୍ଣା ବେଉରିଆ, ଅସୀମା ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।

‘ସାରେଗାମାପା’ ହେଉଛି ଓଡ଼ିଶା ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ। ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ ଅନେକ ବର୍ଗର କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି। ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି। ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ। ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’।

ଅଡିସନ୍ ଜୀ ସାର୍ଥକ ସାରେଗାମାପା ଲିଟିଲ ଚାମ୍ପ ୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025

କଂଗ୍ରେସ ସମୟରେ କେତେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା କେତେ?

July 29, 2025

ଷ୍ଟାରଲିଙ୍କ ଉପରେ ସରକାରଙ୍କ କଠୋରତା!: ଭାରତରେ ଉପଭୋକ୍ତାଙ୍କ ସଂଖ୍ୟା ଏବଂ ଗତି ଉପରେ ରହିବ ନିୟନ୍ତ୍ରଣ କରାଯିବ

July 29, 2025

ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

July 29, 2025
Latest News

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025

କଂଗ୍ରେସ ସମୟରେ କେତେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା କେତେ?

July 29, 2025

ଷ୍ଟାରଲିଙ୍କ ଉପରେ ସରକାରଙ୍କ କଠୋରତା!: ଭାରତରେ ଉପଭୋକ୍ତାଙ୍କ ସଂଖ୍ୟା ଏବଂ ଗତି ଉପରେ ରହିବ ନିୟନ୍ତ୍ରଣ କରାଯିବ

July 29, 2025

ଡିମ୍ପଲ ଯାଦବଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ମୌଲାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସମାଜବାଦୀ ପାର୍ଟି

July 29, 2025

ଓଡ଼ିଶାର ପ୍ରଥମ ବାଳିକା ଭାବରେ ଏନଡିଏରେ ସ୍ଥାନ ପାଇଲେ ଶ୍ରାବଣୀ: ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.