Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର ସରକାର
ଆଜିର ଖବର

ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର ସରକାର

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଓ ଲାଭକରୀ ମୂଲ୍ୟ (ଏଫଆରପି)କୁ ମଞ୍ଜୁର କରିଛି। ୧୦.୨୫% ର ମୂଳ ଅସୁଲି ହାର ସହିତ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ନିର୍ଦ୍ଧାରଣ କରାଯାଇଛି। ୧୦.୨୫% ଠାରୁ ଅଧିକ ଏବଂ ଅତିରିକ୍ତ ଅସୁଲି କ୍ଷେତ୍ରରେ ପ୍ରତ୍ୟେକ ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୭ ଟଙ୍କାର ପ୍ରିମିୟମ ଯୋଗାଇ ଦେବା ଏବଂ ଅସୁଲିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ ୩.୦୭ ଟଙ୍କା/କୁଇଣ୍ଟାଲର ହ୍ରାସ କରିବାକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।

ଆହୁରି, ଆଖୁ ଚାଷୀଙ୍କ ହିତ ରକ୍ଷାକୁ ଦୃଷ୍ଟିରେ ରଖି, ଯେଉଁଠାରେ ଅସୁଲି ୯.୫% ଠାରୁ କମ୍‌ ରହିଥିବ ସେଠାରେ ଚିନି କଳ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏପରି ଚାଷୀଙ୍କୁ ଚଳିତ ଚିନି ଋତୁ ୨୦୨୨-୨୩ରେ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ତୁଳନାରେ ପରବର୍ତ୍ତୀ ୨୦୨୩-୨୪ ଚିନି ଋତୁ ପାଇଁ କୁଇଣ୍ଟାଲ ପ୍ରତି ୨୯୧.୯୭୫ ଟଙ୍କା ଦିଆଯିବ।

୨୦୨୩-୨୪ ଆଖୁ ଋତୁ ପାଇଁ  ଆଖୁ ଉତ୍ପାଦନ ଖର୍ଚ୍ଚ କୁଇଣ୍ଟାଲ ପ୍ରତି ୧୫୭ ଟଙ୍କା ରହିଛି। ୧୦.୨୫%  ଅସୁଲି ଦରରେ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୧୦୦.୬% ଅଧିକ।

ଚିନି କଳ ଦ୍ୱାରା ଚିନି ଋତୁ ୨୦୨୩-୨୪(୧ ଅକ୍ଟୋବର, ୨୦୨୩ ଠାରୁ ଲାଗୁ)ରେ ଚାଷୀଙ୍କ ଠାରୁ ଆଖୁ କିଣିବା ପାଇଁ ଅନୁମୋଦିତ ଏଫଆରପି ପ୍ରଯୁଜ୍ୟ ହେବ। ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହାକି ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକଙ୍କ ସହିତ କୃଷି ଶ୍ରମିକ ଓ ପରିବହନ କ୍ଷେତ୍ର ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପ ଜୀବନଜୀବିକାକୁ ପ୍ରଭାବିତ କରିଥାଏ।

କୃଷି ବ୍ୟୟ ଓ ମୂଲ୍ୟ ପାଇଁ ଗଠିତ ଆୟୋଗଙ୍କ ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ ପରେ ଏଫଆରପି ଦର ବିଚାରକୁ ନିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.