Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓ ପକ୍ଷରୁ ୯୯୯ ଟଙ୍କିଆ ୪ଜି ଫୋନ୍ “ଜିଓ ଭାରତ ଭି୨’ ଉନ୍ମୋଚିତ
ଆଜିର ଖବର

ରିଲାଏନ୍ସ ଜିଓ ପକ୍ଷରୁ ୯୯୯ ଟଙ୍କିଆ ୪ଜି ଫୋନ୍ “ଜିଓ ଭାରତ ଭି୨’ ଉନ୍ମୋଚିତ

July 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି। ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ। ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍‌ୱର୍କରେ ଅଛନ୍ତି ଏବଂ ଇଂଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି। ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍‌ୱର୍କରେ ସେବା ପ୍ରଦାନ କରୁଛି। ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି। ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ।

ଇଂଟରନେଟରେ କାର୍ଯ୍ୟ କରୁଥିବା ବଜାରରେ ଯେତେ ସବୁ ଫୋନ ରହିଛି ସେଥି ମଧ୍ୟରେ ଜିଓ ଭାରତ ଭି୨ ଫୋନ୍‌ର ଦାମ୍ ହେଉଛି ସବୁଠୁ କମ୍। ୯୯୯ ଟଙ୍କା ଭଳି କମ୍ ଦାମ୍‌ରେ ଉପଲବ୍ଧ ହୋଇଥିବା ଜିଓ ଭାରତ ଭି୨ ଫୋନ୍‌ର ମାସିକ ପ୍ଲାନ୍ ମଧ୍ୟ ସବୁଠୁ ଶସ୍ତା ରହିଛି। ଗ୍ରାହକମାନଙ୍କୁ ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି (ବୈଧତା) ମିଳିବ। ଏହା ବ୍ୟତୀତ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ମାସିକ ୧୪ ଜିବି ଡାଟା ମଧ୍ୟ ମିଳିବ। ଅର୍ଥାତ ପ୍ରତିଦିନ ଅଧା ଜିବି ଡାଟା ମିଳିବ ଯାହା ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନେ ପ୍ରଦାନ କରୁଥିବା ଡାଟା ତୁଳନାରେ ୭ ଗୁଣା ଅଧିକ। ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ମାତ୍ର ୨ ଜିବି ଡାଟା ଥିବା ମାସିକ ପ୍ଲାନ୍‌ର ମୂଲ୍ୟ ୧୭୯ ଟଙ୍କା ଭଳି ଦାମ୍‌ରୁ ଆରମ୍ଭ ହେଉଛି। ସେହି ତୁଳନାରେ ଜିଓ ଭାରତ ଭି୨ ର ମାସିକ ପ୍ଲାନ୍ ଦାମ୍ ବହୁତ କମ୍ ରହିଛି। ଜିଓ ଭାରତ ଭି୨ର ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨୩୪ ଟଙ୍କା ରଖାଯାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ବହୁ ସାର୍ବଜନୀନ ମଂଚରେ ୨ଜି ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି। ଦେଶରେ ଥିବା ୨୫ କୋଟି ୨ଜି ଗ୍ରାହକମାନଙ୍କୁ ୪ଜିରେ ସାମିଲ କରିବା ଲାଗି କଂପାନି ପକ୍ଷରୁ “ଜିଓ ଭାରତ’ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରାଯାଇଛି। ୪ଜି ଫୋନ୍ ତିଆରି କରିବା ଲାଗି ଅନ୍ୟ କଂପାନିଗୁଡ଼ିକ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ। କାର୍ବନ୍ କଂପାନି ପକ୍ଷରୁ ଏହି ପ୍ଲାଟଫର୍ମର ବ୍ୟବହାର ଆରମ୍ଭ କରାଯାଇଛି।

ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଖୁବ୍‌ଶୀଘ୍ର ୨ଜି ଫୋନ୍‌ଗୁଡ଼ିକର ସ୍ଥାନ ନେବ ୪ଜି ଭାରତ ସିରିଜ୍ ମୋବାଇଲ୍ ଫୋନ୍।

ଜିଓ ଭାରତ ଭି୨ ମୋବାଇଲ୍ ଗ୍ରାହକମାନଙ୍କୁ ଜିଓ ସିନେମାର ସବ୍‌ସ୍କ୍ରିପ୍‌ସନ୍ ସହିତ ଜିଓ-ସାବନରେ ଥିବା ୮ କୋଟି ଗୀତ ଶୁଣିବାର ସୁଯୋଗ ମିଳିବ। ଗ୍ରାହକମାନେ ଜିଓ ପେ’ ଜରିଆରେ ୟୁପିଆଇ କାରବାର କରିପାରିବେ। ଭାରତର ପ୍ରମୁଖ ଭାଷାଭାଷୀ ଗ୍ରାହକମାନେ ଜିଓ ଭାରତ ଭି୨କୁ ବ୍ୟବହାର କରିପାରିବେ। ଏହି ମୋବାଇଲ୍ ୨୨ ଭାରତୀୟ ଭାଷାରେ କାମ କରିପାରିବ।

ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨ ଫୋନ୍ ୪ଜି ନେଟ୍‌ୱର୍କରେ କାମ କରୁଛି। ଏଥିରେ ଏଚ୍‌ଡି ଭଏସ୍ କଲିଂ, ଏଫ୍‌ଏମ୍ ରେଡିଓ, ୧୨୮ ଜିବିର ଏସ୍‌ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା ରହିଛି। ମୋବାଇଲ୍‌ରେ ୪.୫ ସେମିର ଟିଏଫ୍‌ଟି ସ୍କ୍ରିନ୍‌, ୦.୩ ମେଗାପିକ୍‌ସେଲ୍ କ୍ୟାମେରା, ୧୦୦୦ ଏମ୍‌ଏଏଚ୍ ବ୍ୟାଟେରି, ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍‌, ଶକ୍ତିଶାଳୀ ଲାଉଡ୍‌ସ୍ପିକର ଓ ଟର୍ଚ ଭଳି ସୁବିଧା ରହିଛି।

୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ୨୦୧୮ରେ କଂପାନି ପକ୍ଷରୁ ଜିଓଫୋନ୍ ର ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ୧୩ କୋଟିରୁ ଅଧିକ ଗ୍ରାହକଙ୍କ ପସନ୍ଦରେ ପରିଣତ ହୋଇଛି ଜିଓଫୋନ୍। ଜିଓ ଭାରତ ଭି୨ ଫୋନ୍‌ରୁ ମଧ୍ୟ କଂପାନି ସେଭଳି ସଫଳତା ଆଶା କରୁଛି। କଂପାନି ପକ୍ଷରୁ ଜୁଲାଇ ୭ରେ ଜିଓ ଭାରତ ଭି୨ର ବିଟା ପରୀକ୍ଷଣ ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି। ଜିଓ ଭାରତ ଭି୨ ଫୋନ୍‌କୁ ଦେଶର ୬୫୦୦ ତହସିଲରେ ପହଂଚାଇବାକୁ କଂପାନି ଲକ୍ଷ୍ୟ ରଖିଛି।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025
Latest News

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.