Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ
ଆଜିର ଖବର

ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

July 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍‌ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ  ଦାଖଲ କରିପାରିବେ। ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ – ଯୋଗଦାନ ରିପୋର୍ଟ, ଅଡିଟ୍‌ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ ଆୟୋଗ ଏକ ନୂଆ ୱେବ ପୋର୍ଟାଲ (https://iems.eci.gov.in/) ର ଶୁଭାରମ୍ଭ କରିଛନ୍ତି। ଫଳରେ ଅଲାଇନ୍‌ ରିପୋର୍ଟ ଦାଖଲ ସହଜ ହୋଇପାରିବ। ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଏବଂ ବିଗତ କିଛି ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ପାରଦର୍ଶିତା ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁରୂପ ରାଜନୈତିକ ଦଳମାନଙ୍କୁ ଏହି ଆର୍ଥିକ ହିସାବ ନିର୍ବାଚନ ଆୟୋଗ/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବା ଜରୁରୀ।

ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଦୁଇଟି ଉଦ୍ଦେଶ୍ୟ ନେଇ ଏହି ସୁବିଧାକୁ ପ୍ରସ୍ତୁତ କରାଯାଇଛି : ପ୍ରଥମତଃ ବାସ୍ତବ ରିପୋର୍ଟ ଦାଖଲ କରିବାରେ ଆସୁଥିବା ସମସ୍ୟାକୁ ଦୂର କରିବା ଏବଂ ଦ୍ୱିତୀୟତଃ ମାନକୀକୃତ ସ୍ୱରୂପ ବା ଷ୍ଟାଣ୍ଡାର୍ଡାଇଜଡ୍‌ ଫର୍ମାଟରେ ନିର୍ଦ୍ଧାରିତ ସମୟ ସୁଦ୍ଧା ରିପୋର୍ଟ ଦାଖଲ କରିବାର ସୁବିଧା ଦେବା। ଅନଲାଇନ୍‌ ତଥ୍ୟ ଉପଲବ୍ଧ ହେବା ଫଳରେ ଅନୁପାଳନ ଓ ପାରଦର୍ଶିତା ସ୍ତର ବୃଦ୍ଧି ପାଇବ ବୋଳି ଆଶା କରାଯାଉଛି। ଉକ୍ତ ପତ୍ରରେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏଥିସହିତ ନିର୍ବାଚନ ପ୍ରକ୍ରିୟା, ବିଶେଷ କରି ଆର୍ଥିକ ତଥ୍ୟ ପ୍ରକାଶ କ୍ଷେତ୍ରରେ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ଓ ପାରଦର୍ଶିତା ସିଦ୍ଧାନ୍ତର ପାଳନ କରିବାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି ବୋଲି ପତ୍ରରେ ଦର୍ଶାଇଛନ୍ତି।

ଏହି ଅନଲାଇନ ପୋର୍ଟାଲରେ ରାଜନୈତିକ ଦଳର ଅଧିକୃତ ପ୍ରତିନିଧିଙ୍କ ମୋବାଇଲ ନମ୍ବର ଓ ଇମେଲକୁ ବାର୍ତ୍ତା ପଠାଇବାର ସୁବିଧା ମଧ୍ୟ ରହିଛି ଯାହାଫଳରେ ଅନୁପାଳନ ତାରିଖ ଗଡ଼ିବା ପୂର୍ବରୁ ସେମାନଙ୍କୁ ସୂଚନା ମିଳିପାରିବ। ଗ୍ରାଫିକାଲ ଉଦାହରଣ ସହିତ ଏକ ବିସ୍ତୃତ ମାର୍ଗଦର୍ଶିକା ମାନୁଆଲ ଏବଂ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନର ଉତ୍ତର (ଏଫଏକ୍ୟୁ) ରାଜନୈତିକ ଦଳମାନଙ୍କୁ ପଠାଇ ଦିଆଯାଇଛି। ଯାହାଫଳରେ ସେମାନ ଅନଲାଇନ୍‌ ତଥ୍ୟ ଦାଖଲ କରିବାର ପ୍ରକ୍ରିୟା ସମ୍ପର୍କରେ ଭଲ ଭାବେ ଅବଗତ ହୋଇପାରିବେ। ଅନଲାଇନ ଫାଇଲିଂ ସମ୍ପର୍କରେ ଅଧିକ ମାର୍ଗଦର୍ଶନ ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ରାଜୖନିକ ଦଳଗୁଡ଼ିକର ନାମାଙ୍କିତ ବ୍ୟକ୍ତିଙ୍କ ପାଇଁ ଏକ ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବେ।

ଯେଉଁ ସବୁ ରାଜନୈତିକ ଦଳ ଅନଲାଇନ୍‌ ମାଧ୍ୟମରେ ଆର୍ଥିକ କାରବାର ବିବରଣୀ ଦାଖଲ କରିବାକୁ ଚାହୁଁନାହାନ୍ତି ସେମାନଙ୍କୁ ଲିଖିତ ଭାବେ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେବାକୁ ହେବ। ଏଥିରେ ସେମାନଙ୍କୁ ନିଜର ଆର୍ଥିକ କାରବାର ବିବରଣୀ ଅନଲାଇନରେ ଦାଖଲ ନ କରିବାର କାରଣ ଦର୍ଶାଇବାକୁ ହେବ ଏବଂ ସେମାନେ ନିର୍ଦ୍ଧାରିତ ଫର୍ମାଟରେ ସିଡି/ପେନ୍‌ ଡ୍ରାଇଭ୍‌ ସହିତ ହାର୍ଡ କପିରେ ନିଜର ରିପୋର୍ଟ ଦାଖଲ କରିବା ଜାରି ରଖିପାରିବେ। ଅନଲାଇନ୍‌ ଆର୍ଥିକ କାରବାର ବିବରଣୀ ଦାଖଲ ନକରିବା ଲାଗି ଦଳ ବିଶେଷଙ୍କ ଦ୍ୱାରା ପଠାଯାଇଥିବା ଔଚିତ୍ୟ ପତ୍ର ସହିତ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସବୁ ରିପୋର୍ଟକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନଲାଇନ୍‌ରେ ପ୍ରକାଶିତ ହେବ।

ଅନଲାଇନ୍ ଆର୍ଥିକ କାରବାର ନିର୍ବାଚନ ଆୟୋଗ ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.