ଡିଏନ ରିଗାଲିଆ ମାଲିକଙ୍କ ଘରେ ଆୟକର ଚଢାଉ, ମିଳିଲା ନଗଦ ୩୦ କୋଟି ଟଙ୍କା

Published: Jul 5, 2023, 12:35 pm IST
dn-regalia

ଭୁବନେଶ୍ବର: ଆଜି ଆୟକର ବିଭାଗ ତରଫରୁ ବଡ ଧରଣର ଚଢାଉ କରାଯାଇଛି। ଓଡିଶାର ପ୍ରତିଷ୍ଠିତ ବିଲିଡର ତଥା ବ୍ୟବସାୟୀ ଜଗଦୀଶ ନାୟକଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ଡିଏନ ଗ୍ରୁପର ମାଲିକ। ତାଙ୍କ ନିଜ ବାସଭବନ, ସହିତ ନୟାପଲ୍ଲୀରେ ଥିବା ତାଙ୍କ ଅଫିସ, ପାତ୍ରପଡାରେ ଥିବା ଡିଏନ ରିଗାଲିଆ ଅଫିସ ଏବଂ ତାଙ୍କ କର୍ମଚାରୀଙ୍କ ବାସଭବନରେ ଏହି ଚଢାଉ ଜାରୀ ରହିଛି।

ତେବେ ଏ ନେଇ ଆୟକର ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ନଗଦ ଟଙ୍କା ଜବତ ହୋଇଛି। ଭୁବନେଶ୍ବରର ଚାରି ନମ୍ବରରେ ଥିବା ତାଙ୍କର ବାସଭବନରୁ ଏହି ଟଙ୍କା ଜବତ କରାଯାଇଛି। ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ଜଣାପଡିଛି।୧୦ରୁ ୧୨ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀ ଏହି ଚଢ଼ାଉ କରୁଛନ୍ତି । ଆଜି ଭୋର ୩ଟାରୁ  ୨୨ ସ୍ଥାନରେ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି।

Related posts