ପୁନେ ବିଶ୍ଵବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ବିଜୟୀ ହେଲେ ଓଡ଼ିଆ ଝିଅ ସୁହାନୀ 

Published: Jul 5, 2023, 4:06 pm IST
suhashini

ଭୁବନେଶ୍ବର: ସାବିତ୍ରୀ ବାଈ ଫୂଲେ ବିଶ୍ଵବିଦ୍ୟାଳୟ ପୁନେ ରେ ଓଡ଼ିଆ ଝିଅ ସୁହାନି ସୃଜନିକା ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଭୁବନେଶ୍ୱର ର ଉଦୟଗିରି ବିହାର ସ୍ଥିତ ସୂର୍ଯ୍ୟମଣି ଓ ଆର୍ୟବାଲା ରାଉତ ଙ୍କ ସୁପୁତ୍ରି ସୁହାନି ରେଭେନ୍ସା ବିଶବବିଦ୍ୟାଳୟରୁ ଭୂବିଜ୍ଞାନ ପାଠ୍ୟକ୍ରମ ଶେଷ କରିଥିଲେ।

ଏହାପରେ ଉଚ୍ଚ ଅଧ୍ୟୟନ ପାଇଁ ପୁନେ ସ୍ଥିତ ସାବିତ୍ରୀ ବାଈ ଫୁଲେ ବିଶ୍ଵବିଦ୍ୟାଳୟ ରେ ଅଧ୍ୟୟନ କରି ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ଵବିଦ୍ୟାଳୟ ର କୁଳାଧିପତି ତଥା ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବେଶ୍ ଙ୍କ ଠାରୁ ସ୍ଵର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଭବ୍ୟ ସମାରୋହରେ ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ, ମୁଖ୍ୟ ଶାସନ ସଚିବ ଡ. ରାଜେଶ୍ ଗୋଖେଲେ ଓ ବିଶ୍ବବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସୁରେଶ ଗୋସାବି ପ୍ରମୁଖ ଉପସ୍ଥିତ ଥିଲେ।

Related posts