Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନିପାଟଣା ଠାରେ ଚତୁର୍ଥ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନିପାଟଣା ଠାରେ ଚତୁର୍ଥ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

July 7, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ନୂତନ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଚତୁର୍ଥ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ ଏବଂ ନର୍ଲା ବିଧାୟକ ପ୍ରତିନିଧି ସୁଧିର ରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ଓ ବିଭିନ୍ନ ଆଞ୍ଚଳିକ ସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଶାନ୍ତି ପୂର୍ଣ୍ଣ ଆଲୋଚନା, ଗଠନ ମୂଳକ ସହାୟତା ଓ ପ୍ରସ୍ତାବ ଦେବାକୁ ନିର୍ବାଚିତ ଲୋକ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ଦାୟିତ୍ଵ ସଠିକ୍ ଭାବେ ନିର୍ବାହ ସହ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ। ବୈଠକରେ ଡି ପି ଓ ଶ୍ରୀ ପ୍ରଧାନ ଏଜେଣ୍ଡା ଅନୁଯାୟୀ ଗତ ୧୦.୦୨.୨୦୨୩ରେ ଅନୁଷ୍ଠିତ ହୋଇ ଥିବା ଅନୂପାଳନ ବିବରଣୀ ପାଠ କରିଥିଲେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥାପନ କରି ଥିବା ବିଭିନ୍ନ ପ୍ରଶ୍ନ ଉପରେ ବିଭାଗୀୟ ଅଧିକାରୀ ଉତ୍ତରକୁ ପାଠ କରିଥିଲେ।

ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଯଥା ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ,ରାସ୍ତା ଓ ଗୃହ ନିର୍ମାଣ, ଅବକାରୀ , ସମାଜ ମଙ୍ଗଳ ଉପରେ ସମୀକ୍ଷା ହୋଇ ଥିଲା। ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପସ୍ଥlପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠ।ନ ଗ୍ରହଣ କରିବାକୁ କହିଥିଲେ। ଜନ ଯୋଗାଣ ଓ ସାଧାରଣ ବଣ୍ଟନ ବିଭାଗ ତରଫରୁ ସୂଚନା ଯେ ୨୦୨୨-୨୩ ଖରିଫ ଋତୁରେ ୩୦.୬.୨୦୨୩ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୫୬ ଲକ୍ଷ ୩୯ ହଜାର ୧୦୩ କ୍ଵିଣ୍ଟାଲ ଧାନ ଥିବା ବେଳେ ୫୬ ଲକ୍ଷ ୭୮୧ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ୯୯.୩୨% ପ୍ରତିଶତ ଅଟେ ଏବଂ ରବି ଋତୁରେ ୨୫ ଲକ୍ଷ ୧୪ ହଜାର ୧୬୨ କ୍ଵିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟରୁ ମୋଟ ୨୨ ଲକ୍ଷ ୨୫ ହଜାର ୪୬୯ କ୍ଵିଣ୍ଟାଲ ଧାନ ସଂଗ୍ରହ ଯାହାକି ୮୮.୫୧% ପ୍ରତିଶତ ଅଟେ।ଖରିଫ ରେ ୯୮୩୩୩ ଜଣ ଓ ରବିରେ ୩୮୫୨୨ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ସେ ମଧ୍ୟରୁ ଖରିଫ ରେ ୯୪୫୫୯ ଜଣ ଏବଂ ରବିରେ ୩୨୪୧୩ ଜଣ ଚାଷୀ ନିଜର ଧାନ ବିଭିନ୍ନ ମଣ୍ଡି ରେ ବିକ୍ରୟ କରିଥିଲେ। ଜିଲ୍ଲାରେ ଏନ୍ ଏଫ୍ ଏସ୍ ଏସ, ଏସ ଏଫ୍ ଏସ ଏସ ରାସନ୍ କାର୍ଡ ଯୋଜନା ରେ ୪,୧୦,୨୫୨ ଟି ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୨୨-୨୩ ବର୍ଷ ଖରିଫ୍ ଋତୁ ଓ ରବି ଋତୁ ରେ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳା ଏବଂ ଉତ୍ସାହଜନକ ର ସହ ସମାପନ ହୋଇଥିଲା।

ସେଭଳି ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ତ୍ବେ ୨୧୬ ଟି ପୂରଣ ହେଇଛି ଏବଂ ୧୮୮ ଟି ଖାଲି ପଡ଼ିଛି। ଆୟୁଷ ଡାକ୍ତର ୫୬ ଟି ଆବଶ୍ୟକ ସତ୍ତ୍ବେ ୪୬ ଟି ପୂରଣ ଓ ୧୦ ଟି ଖାଲି ପଡ଼ିଛି। ଷ୍ଟାଫ୍ ନର୍ସ ୨୫୩ ରୁ ୧୬୦ ଟି ପୂରଣ ହେଇଛି। ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ୨୧ ଟି ଏବଂ ୧୦୨ ଆମ୍ବୁଲାନ୍ସ ରୁ ୧୭ ଟି , ମା ଗୃହ ୭ ଟି, ବାଇକ୍ ଆମ୍ବୁଲାନ୍ସ ୭ ଟି, ବୋଟ ଆମ୍ବୁଲାନ୍ସ ୧ ଟି, ପି ପି ମୋଡ୍ ପି ଏଚ ସି ୭ ଟିରହିଛି। କୃଷି ବିଭାଗ ସୁଚନା ରୁ ୨୦୨୩ ଖରିଫ ପାଇଁ ୧୮୪୧୬୧ ହେକ୍ଟର ଜମିରେ ଧାନ ଓ ୧୯୯୫୬୦ ହେକ୍ଟର ଜମିରେ ଅଣ ଧାନ ଚାଷ, ପ୍ରମାଣକୃତ ବିହନ ଲକ୍ଷ୍ୟ ୨୦୯୦୦ କ୍ଵିଣ୍ଟାଲ ରୁ ୧୮୦୬୨ କ୍ଵିଣ୍ଟାଲ ପ୍ରାପ୍ତ ଏବଂ ଚାଷୀଙ୍କୁ ୯୨୭୮ କ୍ଵିଣ୍ଟାଲ ଯୋଗାଣ ହୋଇଛି। ସମସ୍ତ ପ୍ରକାର ଜଳସେଚନ ବ୍ୟବସ୍ଥା କ୍ରମେ ଖରିଫ ୨୦୨୩ ପାଇଁ ୨,୫୪,୮୦୪ ହେକ୍ଟର ଜମିରେ ଜଳ ଯୋଗାଣ ହେବ। ଶିକ୍ଷା ବିଭାଗର ସୂଚନା ଅନୁଯାୟୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁମୋଦିତ ଶିକ୍ଷକ ୨୨୬୯ ରୁ ୧୬୮୪ ଜଣ କାର୍ଯ୍ୟ କରୁଛନ୍ତି ଏବଂ ୫୮୫ ଜଣ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେଭଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁମୋଦିତ ୫୯୭୭ ପଦବୀ ରୁ ୩୫୭୨ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି ଓ ୨୪୦୫ ଖାଲି ପଡିଛି।

ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗୃହରେ ଉପସ୍ଥାପନ କରିଥିଲେ। ବିଶେଷତଃ ଗ୍ରାମ୍ୟ ଉନ୍ନୟନ ଓ ପି ଡବ୍ଲୁ ଡି ରାସ୍ତାର ଶୋଚନୀୟ ଅବସ୍ଥା, ମରାମତି ନ ହେବା, ଟେଣ୍ଡର ହୋଇ ଦୀର୍ଘ ଦିନ ଧରି କାର୍ଯ୍ୟ ନ କରିବା, ଜେ ଇ ଏବଂ ଏସ ଡି ଓ ଙ୍କ ଅବହେଳା,ଠିକାଦାର ପ୍ରୀତି ଯୋଗୁ ନିଜ ଅଞ୍ଚଳର ଜନସାଧାରଣ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତା ଉପରେ ଆଲୋଚନା କଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲେ।ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅତି ଶୀଘ୍ର ରାସ୍ତା ତଦାରଖ,ଗସ୍ତ ଓ କାର୍ଯ୍ୟକୁ ତ୍ୱରାନ୍ନୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ମିଶ୍ର କେସିଙ୍ଗା ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଳୟରେ ପରିଣତ ଏବଂ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଏକ ୧୦୦ ଶଯ୍ୟା ବିଶିଷ୍ଟ ଏମ ସି ଏଚ୍ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ସରକାରଙ୍କୁ ଅନୁରୋଧ କରିବାକୁ ପତ୍ର ପ୍ରେରଣ ପାଇଁ କହିଥିଲେ।ଅନେକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଏଥିପାଇଁ ଦୂର ଦୁରାନ୍ତ ଛାତ୍ର ଛାତ୍ରୀ ଅସୁବିଧା ଭୋଗ କରୁଛନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ମାନେ କହିଥିଲେ।

ଗ୍ରାମ୍ୟ ଉନ୍ନୟନ କେସିଙ୍ଗା ଡିଭିଜନ ଅଧୀନରେ ଅନେକ ରାସ୍ତା ଆଜି ପର୍ଯ୍ୟନ୍ତ ଠିକ୍ ହୋଇନାହିଁ ଏବଂ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟ ସମ୍ପାଦନ ଉପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଶେଷ ଅସନ୍ତୋଷ ପ୍ରକାଶ କରିଥିଲେ। ଚାଷୀ ପଞ୍ଜିକରଣ ଅନିୟମିତତା,ବିଭିନ୍ନ ବ୍ଲକ ସ୍ତରୀୟ ଉନ୍ନତି ମୂଳକ କାର୍ଯ୍ୟରେ ଜନ ପ୍ରତିନିଧି ଙ୍କୁ ଅଣଦେଖା, ସ୍ବାସ୍ଥ୍ୟ କେନ୍ଦ୍ର ରେ ଔଷଧ ଅଭାବ, ଆମ୍ବୁଲାନ୍ସ କିଣା, ଷ୍ଟାଫ ନର୍ସ ଙ୍କ ସଂଖ୍ୟା ବୃଦ୍ଧି,ପି ଏଚ୍ଚ ସି ରେ ଡାକ୍ତର, ଏଲ ଆଇ ପଏଣ୍ଟ, ପୋଲ ନିର୍ମାଣ ଉପରେ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରକୁ ଗୃହରେ ପାଠ କରାଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ଆସନ୍ତା ବୈଠକ ରେ ଯେଭଳି ସମସ୍ତ ବିଡିଓ ଉପସ୍ଥିତ ରହିବେ ତା ଉପରେ ନିଷ୍ପତ୍ତି ନିଆଯିବାକୁ ଗୃହ ରେ କହିଥିଲେ।ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷ,ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ସଭାଟିକୁ ସଫଳ ଆୟୋଜନ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ବିଷ୍ଣୁ ପାତ୍ର, ସୁରେଶ ସାହୁ, ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଶେଷରେ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତ ସହଯୋଗ କୁ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ।

ଜିଲ୍ଲା ପରିଷଦ ବୈଠକ ଭବାନିପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.