Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

July 8, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି, ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଜୁନାଗଡ, କେସିଙ୍ଗା, ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲାପାଳ କଳାହାଣ୍ଡି “ଦିଶା” ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଏବଂ ସଭା ଅଧ୍ୟକ୍ଷ ଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍ ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତା ର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ପାଠ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ।ଅତିରିକ୍ତ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦର୍ୱାନ୍ ଏଯେଣ୍ଡା ଅନୁଯାୟୀ ଅନୁପାଳନ ବିବରଣୀ ପାଠ କରିଥିଲେ।

ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ ଏସ୍ ଏ ପି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ ଓ ସହର), ଜାତୀୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଦିନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ଆଇ ସି ଡ଼ି ଏସ୍, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, କୃଷି ସ୍ବାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ, ରେଲୱେ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍ ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍ ର ଅଗ୍ରଗତି,ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ। ବିଧାୟକ ଜୁନାଗଡ ଶ୍ରୀ ମିଶ୍ର ଜିଲ୍ଲାରେ ଏହି ଯୋଜନା ର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ସମ୍ୟନ୍ନୟ ରଖିବାକୁ କହିଥିଲେ।

ଜିଲ୍ଲାରେ ମନରେଗା ଯୋଜନାରେ ୧୩ ଟି ବ୍ଲକରେ ୨୦୨୨-୨୩ ରେ ୩୩୮୧ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୬୩୮୦୧ ପରିବାର ତଥା ୨୭୪୧୯୧ ଜଣ ହିତାଧକାରୀ ଲାଭ ପାଇଛନ୍ତି। ୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟ ରୁ ଏପର୍ଯ୍ୟନ୍ତ ୧୨ ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି ଏବଂ ୩୫୦୨ ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ ଟି ର କାର୍ଯ୍ୟ ଆରମ୍ଭ ହୋଇଛି।ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗିକରଣ ରେ ୧୪୫୩ ଟି ଅନୁମୋଦିତ ହୋଇ ୧୫୬ ଟି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ସହର) ଯୋଜନା ରେ ୮.୬.୨୦୨୩ ସୁଦ୍ଧା ସଂଶୋଧିତ ୪୪୨୮ ଅନୁମୋଦିତ ଗୃହରୁ ୩୨୫୦ଜଣ ଙ୍କୁ ଘର ଯୋଗାଇ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଯୋଜନା ୨୦୧୬ ରୁ ୨୦୨୧ ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ ୧୦୧୯୭୧ ରୁ ୯୨୧୧୫ ଗୃହ ନିର୍ମାଣ ହୋଇ ୯୦.୩୩ ପ୍ରତିଶତ ପୂରଣ ହୋଇଛି ଓ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ରେ ୮.୬.୨୦୨୩ ସୁଦ୍ଧା ୫୮୫୦ ଲକ୍ଷ୍ୟ ଧାର୍ଯ୍ୟରୁ ୫୩୨୩ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଦ୍ଵାରା ୨୦୨୨-୨୩ ସୁଦ୍ଧା ଜଳ ଜୀବନ ମିଶନ ରେ ୧୨୮ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୭୮୫୨୪ ଏବଂ ବସୁଧା ରେ ୫୪ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୫୧୨୭୮ ଜଣ ପାନୀୟ ଜଳ ଯୋଗାଣ ରେ ସହଯୋଗ ପାଇଛନ୍ତି।୨୦୨୨-୨୩ ସୁଦ୍ଧା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇ ୩୨୦୭୩ ବଣ୍ଟନ କରାଯାଇଛି ।ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ୧୩ ଟି ବ୍ଲକର ୨୧୬୬ ଟି ସ୍କୁଲ ର ୧୮୬୭୪୬ ଜଣ ଛାତ୍ର ଛାତ୍ରୀ ଅନ୍ତର୍ଭୁକ୍ତ ହୋଇ ଲାଭ ପାଉଛନ୍ତି। ସେଥିମଧ୍ୟରୁ ୨୦୨୧ ଟି ରନ୍ଧନ ଶାଳ ସ୍କୁଲ କମିଟି ଏବଂ ୧୪୫ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି। ସାଂସଦ ଶ୍ରୀ ପଣ୍ଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଗତ ୨୦୧୪ -୧୫ ରୁ ୨୦୨୨ – ୨୩ ପର୍ଯ୍ୟନ୍ତ କେତେ ଅନୁଦାନ ଅର୍ଥ , କାର୍ଯ୍ୟ ନିର୍ବାହ, ଲକ୍ଷ୍ୟ ପୁରଣ ଉପରେ ସବିଶେଷ ସମୀକ୍ଷା କରିଥିଲେ।

ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ କଳାହାଣ୍ଡି ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା ଏବଂ ଉତ୍କଳ ଆଲୁମିନା ପକ୍ଷରୁ କାହିଁକି ଏ ପର୍ଯ୍ୟନ୍ତ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ଙ୍କୁ ନିଯୁକ୍ତି ନ ଦେଇ ଜିଲ୍ଲାର ଖଣି ଉତ୍ତୋଳନ କରିଚାଲିଛି ଏହି ବିଷୟ ନେଇ ସାଂସଦ ଏବଂ ଜୁନାଗଡ଼ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ବୋଲି କହିଥିଲେ।ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର କଳାହାଣ୍ଡି ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସହ ରାଜ୍ୟର ଅନୁଦାନ ଅର୍ଥ ର ସଠିକ୍ ବିନିଯୋଗ, ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା କୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନା ର ହିତାଧିକାରୀ ନିଶ୍ଚୟ ପାଇପାରିବେ ବୋଲି କହିଥିଲେ। ସାଂସଦ ତଥା ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ , ଆର୍ ଏମ ସି କାର୍ଯ୍ୟଳୟ ଦେଇ ତାରିଣୀ ମନ୍ଦିର ରାସ୍ତା କୁ ଠିକ୍ କରିବା ପାଇଁ ଆର୍ ଡି ନିର୍ବାହୀ ଯନ୍ତ୍ରୀ ଏବଂ ଭବାନୀପାଟଣା ପୌରପାଳିକା ଇ ଓ ଙ୍କୁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଉପସ୍ଥିତ ରେଲୱେ କତୃପକ୍ଷ ଙ୍କୁ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ମାନଙ୍କ ସୁବିଧା ପାଇଁ ବିଶାଖାପାଟଣା- ରାୟଗଡ଼ା ଟ୍ରେନ କୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ,ଭୁବନେଶ୍ୱର ରୁ ବଲାଙ୍ଗୀର ସିଟିଂ ବ୍ୟବସ୍ଥା ଟ୍ରେନ କୁ କେସିଙ୍ଗା ପର୍ଯ୍ୟନ୍ତ, ଏବଂ ସମତା ଏକ୍ସପ୍ରେସ କେସିଙ୍ଗା ରୁ ଗୋଟିଏ ଦିନ ଆହ୍ଲାବାଦ ଦେଇ ଦିଲ୍ଲୀ ଯିବାକୁ ପ୍ରସ୍ତାବ ଗ୍ରହଣ କରି ଚିଠି ଲେଖିବା କୁ କହିବା ସହ ରେଲୱେ ବୋର୍ଡ ରେ ଏହି ବିଷୟ କୁ ଗୁରୁତ୍ଵ ଦେବେ ବୋଲି କହିଥିଲେ।ବୈଠକରେ ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର , ଲାଞ୍ଜିଗଡ ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା,ଫସଲ ବୀମା,କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା,ବିଦ୍ୟୁତିକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.