Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ
ଆଜିର ଖବର

ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ

July 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhajan2
ଜଗନ୍ନାଥ ଭଜନରେ କମ୍ପିଲା ଗୀତଗୋବିନ୍ଦ ପ୍ରେକ୍ଷାଳୟ

ଭୁବନେଶ୍ବର: ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ। ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ .. ର ଗ୍ରାଣ୍ଡ ଫିନାଲେ। ଅଡିସନ ରାଉଣ୍ଡରେ

ଭାଗ ନେଇଥିବା ପଚାଶ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ 36 ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିଲା। ମଞ୍ଚରେ ଚାରିବର୍ଷର କୁନି କଳାକାରଙ୍କଠୁ ଆରମ୍ଭ କରି 35 ବର୍ଷର ଯୁବ ସଙ୍ଗୀତକାରଙ୍କ ଶ୍ଗୀଜଗନ୍ନାଥ ଭଜନରେ ତଲ୍ଲୀନ ହୋଇଯାଇଥିଲେ ଦର୍ଶକ। ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।

ଭଜନର ମୂଲ୍ୟାୟନ କରିବା ପାଇଁ ମଞ୍ଚରେ ଉପସ୍ଥିତ ଥିଲେ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ, ମହାପାତ୍ର ମିନତୀ ଭଞ୍ଜ ଏବଂ ମହାପ୍ରସାଦ କର। ସେହିପରି ପ୍ରତିଷ୍ଠିତ ବାଦ୍ୟଯନ୍ତ୍ରକାର ଅଜୟ ଚୌଧୁରୀ, ଶିବ ନାରାୟଣ ମହାନ୍ତି, ବଳରାମ ବଳ ଓ ପର୍ଶୁରାମ ସାମିଲ ହୋଇଥିଲେ। ପ୍ରତିଷ୍ଠିତ ସଙ୍ଗୀତ ଗୁରୁ ଓ ବାଦ୍ୟଯନ୍ତକାରଙ୍କ ଉପସ୍ଥିତି କୁନି କଳାକାରଙ୍କୁ ଉତ୍ସାହିତ କରିଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇ କୃତି କଳାକାରଙ୍କୁ ପୁରସ୍କୃତ କରିଥିଲେ।

ଗ୍ରାଣ୍ଡ୍ ଫିନାଲେରେ ସବ୍ ଜୁନିଅର ବର୍ଗରେ ପ୍ରଥମ ହୋଇଥିଲେ ସାଇ ଶ୍ରେୟାଂଶ ନାୟକ, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ଦିବ୍ୟାଂଶୁ ଶେଖର ସାହୁ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ସୌମ୍ୟଶ୍ରୀ ମୁଦୁଲି। ସେହିପରି ଜୁନିଅର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଧୃତିଦୀପା ପାତ୍ର, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ତନୁଶ୍ରୀ ଜେନା, ତୃତୀୟ ସ୍ଥାନ ହାସଲ କରିଥିଲେ ସଂସ୍କୃତି ଶର୍ମା। ସିନିଅର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ ମୌସୁମୀ ମହାପାତ୍ର, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ସତ୍ୟବ୍ରତ ଜେନା ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ସସ୍ମିତା ସାହୁ। ସବ୍ ଜୁନିଅର ବର୍ଗରେ ଚାରିବର୍ଷର କୁନି କଳାକାର ସାଇ ସଂପନ୍ନା ପୃଷ୍ଟିଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜଳନ ଏବଂ ଲିତା ଦାସଙ୍କ ଦ୍ବାରା ବେଦପାଠ କରାଯାଇ ଭଜନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ତକ୍ଷକ ଟିଭିର ସଂପାଦକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ସହ ଡିଜିଟାଲ ଚ୍ୟାନେଲର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି।

ଜଗନ୍ନାଥ ଭଜନ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025
Latest News

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.