ଶ୍ରାବଣ ମାସର ପ୍ରଥମ ସୋମବାର, ଲିଙ୍ଗରାଜ ମନ୍ଦିରରେ ଜମିଲାଣି କାଉଡିଆଙ୍କ ଭିଡ

Published: Jul 9, 2023, 11:09 pm IST
Bolbam

ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ସେଥିପାଇଁ ରାଜ୍ୟର ସମସ୍ତ ଶୈବ୍ୟପିଠରେ ଭିଡ ଲାଗିରହିବ। ଏହି ଭିଡ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ବେଶୀ ଦେଖାଯିବ। ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିର ତରଫରୁ ନୀତି ନିର୍ଘଣ୍ଟ କରାଯାଇଛି।

ସେହି ଅନୁସାରେ ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା ହୋଇଛି। ତେବେ କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ସାହାଣ ଦର୍ଶନ ହୋଇପାରିବ। ଚଳିତ ବର୍ଷ ଯୋଡ଼ା ମାସ ହୋଇଥିବାରୁ ୧୦ ତାରିଖ, ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଏବଂ ୨୮ ତାରିଖ ଲିଙ୍ଗରାଜଙ୍କ ପାଖରେ ଜଳ ଲାଗି କରାଯିବ।

Related posts