Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ
ଆଜିର ଖବର

ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

July 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ କୃଷି ଭବନଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି) ପକ୍ଷରୁ ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେମାନଙ୍କୁ ରାଜ୍ୟର ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମେତ ୪ଟି ବ୍ଲକ୍‌ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ଦିଆଯିବ।

ଟିଇ ଓ ଏସ୍‌ସିଇଆରଟିର ନିର୍ଦ୍ଦେଶକ ମନୋଜ କୁମାର ପାଢୀ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷକମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ଶିକ୍ଷାର ଉନ୍ନତି ଦିଗରେ ନିଜର ଶ୍ରେଷ୍ଠ ଅବଦାନ ଦେବାକୁ ସମସ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ।

୧୨୦ ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗ ଲିଖିତ ପରୀକ୍ଷା କରିଥିଲା। ଲିଖିତ ପରୀକ୍ଷା କରାଯାଇ ୧୦୮ ପ୍ରାର୍ଥୀଙ୍କୁ ଆୟୋଗ ମନୋନୟନ କରିଥିଲା। ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କର ଆବଶ୍ୟକ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ଏହାସହ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସହ ୪ଟି ବ୍ଲକ୍‌ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଖାଲି ଥିବା ପଦବୀରେ ଯୋଗଦେବାକୁ ପ୍ରାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଚୟନ କରିଥିଲେ।

କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟର ପ୍ରମୁଖ ଉପସ୍ଥିତ ଥିଲେ। ଟିଇ ଓ ଏସ୍‌ସିଇଆରଟିର ପ୍ରଶାସନିକ ଅଧିକାରୀ, ସମସ୍ତ ସହକାରୀ ନିର୍ଦ୍ଦେଶକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୃଷି ଭବନ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.