Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ଦିଲ୍ଲୀରେ ୟୁଏଇର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି ଦିଲ୍ଲୀରେ ୟୁଏଇର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ

July 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ। ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ଦୀର୍ଘ ଦିନରୁ ରହିଆସିଛି । ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଉତ୍ତମ ବନ୍ଧୁ । ଦୁଇ ଦେଶର ଭୂମିକା ବର୍ତ୍ତମାନ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନିଶ୍ଚିତ ଭାବେ ଖୁସିର ବିଷୟ । ଏହି ପଦକ୍ଷେପ ଦୁଇ ଦେଶର ସଫଳ ନେତୃତ୍ୱର ପ୍ରତିଫଳନ । ଏହା ଦ୍ୱାରା ଦୁଇ ଦେଶରେ ଶିକ୍ଷା କ୍ଷେତ୍ରରେ ସମ୍ପର୍କ ଆହୁରି ନିବିଡ ହେବ । ଶିକ୍ଷା ଭିତ୍ତିଭୂମି ମଜଭୂତ ହେବା ସହ ପିଲାମାନଙ୍କ ମଧ୍ୟରେ ଇନୋଭେସନ କରିବା ପାଇଁ ଆଗ୍ରହ ଆସିବ ଏବଂ ନୂଆ ଆଇଡିଆ ଆସିବ । ବୈଶ୍ୱିକ ମଡେଲ ମଧ୍ୟ ତିଆରି ହେବ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ସହ ଫ୍ୟୁଚର୍ ଚେଞ୍ଜମେକର୍ସ ସମର ବୁଟକ୍ୟାମ୍ପର ଉଦଘାଟନ କରିଥିଲେ । ଭାରତ ଏବଂ ୟୁଏଇର ରାଷ୍ଟ୍ରଦୂତ୍ତଙ୍କୁ ସାକ୍ଷାତ୍ କରିବା ସହୟୁଏଇର ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ କହିଥିଲେ ବୁଟକ୍ୟାମ୍ପ ୟୁଏଇ ଏବଂ ଭାରତର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ ଶିକ୍ଷଣ ଅନଭୂତି ଦେବ । ସମାଜରୁ ସମାଜ ମଧ୍ୟରେ ଯୋଡିବ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରା ଏବେ ଆରମ୍ଭ ହେଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଆବୁଧାବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 29, 2026

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

ଆଜି ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 29, 2026

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.