ନୂଆଦିଲ୍ଲୀ: ଆଗାମୀ 2025 ଜାନୁଆରୀ ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ2 ଏବଂ ଏନ3 ବର୍ଗର ମୋଟର ଯାନ କ୍ୟାବିନରେ ବାତାନୁକୂଳିତ ବା ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ। ଏ ସଂକ୍ରାନ୍ତରେ 10 ଜୁଲାଇ 2023ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି କରାଯାଇଛି।
ଏୟାର କଣ୍ଡିସନ ବ୍ୟବସ୍ଥା ଲାଗିବାକୁ ଥିବା କ୍ୟାବିନର ପ୍ରଦର୍ଶନ ପରୀକ୍ଷଣକୁ ଆଇଏସ 14618: 2022 ଅନୁଯାୟୀ କରାଯିବ, ଯାହାକି ବିଭିନ୍ନ ସମୟରେ ସଂଶୋଧନ କରାଯାଇଛି।
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ଠାରୁ 30 ଦିନ ମଧ୍ୟରେ ଅଂଶୀଦାରଙ୍କ ଠାରୁ ମତାମତ/ପରାମର୍ଶ ଲୋଡ଼ାଯାଇଛି। ଏଥିପାଇଁ comments-morth[at]gov[dot]in ମତାମତ/ପରାମର୍ଶ ପଠାଯାଇପାରିବ।