Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ୱାରା ‘ସାଗର ସମ୍ପର୍କ’ ଉଦ୍‌ଘାଟିତ
ଆଜିର ଖବର

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ୱାରା ‘ସାଗର ସମ୍ପର୍କ’ ଉଦ୍‌ଘାଟିତ

July 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ନବୋନ୍ମେଷ, ସର୍ବୋତ୍ତମ ଭିତ୍ତିଭୂମି ଓ ଭାରତୀୟ ସାମୁଦ୍ରିକ କ୍ଷେତ୍ରକୁ ମଜବୁତ କରିବାକୁ ଅଙ୍ଗୀକାରବଦ୍ଧ। ଡିଜିଟାଲ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ଆଜି (୧୨.୦୭.୨୦୨୩) ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ଭିନ୍ନ ଏକ ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି(ଡିଜିଏନଏସ୍‌ଏସ୍‌) ‘ସାଗର ସମ୍ପର୍କ’କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଭି.ନାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି। ଏଥିରେ ବିଭାଗୀୟ ସଚିବ ଟି.କେ. ରାମଚନ୍ଦ୍ରନ୍ ମନ୍ତ୍ରଣାଳୟ ଓ ବତୀଘର ଓ ଲାଇଟସିପ୍ ନିର୍ଦ୍ଦେଶାଳୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡିଜିଏନ୍‌ଏସ୍‌ଏସ୍ ଏକ କ୍ଷେତ୍ରିୟ ସମ୍ପ୍ରସାରିତ ଓ ପଦ୍ଧତି ଯାହା ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି (ଜିଏନ୍‌ଏସ୍‌ଏସ୍‌) ଦ୍ୱାରା ସମସ୍ତ ଭୂଲ ଭଟ୍‌କା ସୁଧାରି ଅଧିକ ସଠିକ ଅବସ୍ଥିତିଗତ ତଥ୍ୟ ପ୍ରଦାନ କରିଥାଏ।

 

ଏହି ଅବସରରେ ଉଦ୍‌ବୋଧନ ଦେଇ ସର୍ବାନନ୍ଦ ସୋନୱାଲ କହିଥିଲେ ଯେ ଅତୀତରେ ଜାହାଜ ଚଳାଚଳ ଅତ୍ୟଧିକ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ରେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଜାହାଜ ଚଳାଚଳର ନିରାପତ୍ତା ପ୍ରତି ଅଗ୍ରାଧିକାର ଦେଇ ଆସୁଛି। ସାଗର ସମ୍ପର୍କ (ଡିଜିଏନଏସ୍‌ଏସ୍‌) ଡିଜିଏଲଏଲ ଅଧୀନସ୍ଥ ଛଅଟି ସ୍ଥାନରେ ଆରମ୍ଭ ହେବା ଦ୍ୱାରା ଏହା ନିଶ୍ଚିତଭାବେ ରେଡିଓ ପ୍ରାଥମିକ ସେବା ଓ ସାମୁଦ୍ରିକ ନୌ ପରିବହନ ସାମର୍ଥ୍ୟ ବୃଦ୍ଧି କରିବ।

ଡିଜିଏନଏସ୍‌ଏସ୍ ସେବା ନାବିକମାନଙ୍କୁ ନିରାପଦ ଜାହାଜ ଚଳାଚଳ ସହ ମୁହାଁମୁହିଁ ଧକ୍କା, ବାଲିଚଢା ଭଳି ସ୍ଥାନରେ ଅଟକିବା ଓ ବନ୍ଦର ଓ ଉପକୂଳ ଅଞ୍ଚଳରେ ଦୁର୍ଘଟଣାରୁ ରକ୍ଷା କରିବ। ଏଥି ଯୋଗୁଁ ଜାହାଜ ଚଳାଚଳ ନିରାପଦ ଓ ଦକ୍ଷତାର ସହ ହୋଇପାରିବ।

 

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀପଦ ୱାଇ ନାୟକ କହିଥିଲେ ଯେ ଡିଜିଏନଏସ୍‌ଏସ୍ ଏକ ଗୁରୁତ୍ୱପୂର୍ଣ୍ଣ ରେଡିଓ ପ୍ରାଥମିକ ସେବା ଯାହା କି ଜାହାଜ ଚଳାଚଳ କ୍ଷେତ୍ରରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ଆନ୍ତର୍ଜାତିକ ଆଇନଗତ ବାଧ୍ୟବାଧ୍ୟକତା ପୂରଣ କରିବା ସହ ସମୁଦ୍ରରେ ଜୀବନ ନିରାପତ୍ତା(ଏସଓଏଲଏଏସ୍‌) ଏବଂ ଆନ୍ତର୍ଜାତିକ ସାମଗ୍ରିକ ସାହାଯ୍ୟ ଓ ବତୀଘର କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବ।

ବହୁବିଧ ଉପଗ୍ରହ ପୁଞ୍ଜ ବା ଜିପିଏସ୍ ଓ ବୈଶ୍ୱିକ ଜାହାଜ ଚଳାଚଳର ଉପଗ୍ରହ ପଦ୍ଧତି (ଜିଏଲଓଏନ୍‌ଏସ୍‌ଏସ୍‌) ଇତ୍ୟାଦି ବ୍ୟବହାର ଉପରେ ଡିଜିଏନ୍‌ଏସ୍‌ଏସ୍ ଏହାର ଆନ୍ତର୍ଜାତିକ ମାନର ଆବଶ୍ୟକତା ପୂରଣ କରିବ।

ଅତ୍ୟାଧୁନିକ ଡିଜିଏନଏସ୍‌ଏସ୍ ପଦ୍ଧତି ବର୍ତ୍ତମାନ ଜିପିଏସ୍ ଓ ଜିଏଲଓ ଏନ୍‌ଏଏସ୍‌ଏସ୍ ଦ୍ୱାରା ହେଉଥିବା ସଂଶୋଧନକୁ ପଠାଇ ପାରୁଛ। ଡିଜିଏନଏସ୍‌ଏସ୍ ବିଶେଷତଃ ଜିପିଏସ୍ ଅବସ୍ଥିତିର ସଠିକତାରେ ଉନ୍ନତି ଆଣିବା ସହ ବାୟୁ ମଣ୍ଡଳୀୟ ପ୍ରତିରୋଧ ଜନିତ ଭୂଲଭଟକା ମଧ୍ୟ ସୁଧାରି ପାରୁଛି। ଅତ୍ୟାଧୁନିକ ପ୍ରଯୁକ୍ତି ଓ ସଫ୍ଟଓୟାର ସାହାଯ୍ୟରେ ଏହା ହାସଲ କରାଯାଉଛି। ଭୂଲଭଟକା ସଂଶୋଧନ ୫-୧୦ମିଟରରୁ ୫ମିଟରକୁ କମ୍ ଭାରତୀୟ ତଟର ୧୦୦ ମାଇଲ ସାମୁଦ୍ରିକ ଦୂରତା ମଧ୍ୟରେ କରିପାରୁଛି।

ସର୍ବାନନ୍ଦ ସୋନୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.