Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୬ତମ ଜୟନ୍ତୀ ପାଳିତ
ଆଜିର ଖବର

ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୬ତମ ଜୟନ୍ତୀ ପାଳିତ

July 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୬ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ବିଜୟ ସାହୁ, ପ୍ରଗତି ରଥ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସଂଯୁକ୍ତା ମିଶ୍ର, ଦୀପ୍ତିପ୍ରଭା ରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ସତ୍ୟବ୍ରତ ଜେନା, ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ନିଜ ବକ୍ତବ୍ୟରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଆଜୀବନ ଓଡିଶୀ ସଙ୍ଗୀତର ବିକାଶ ସହିତ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅବିରତ ଉଦ୍ୟମ କରିଥିବା ନେଇ ମତବ୍ୟକ୍ତ କରିଥିଲେ ।

ସିଂହାରୀ ଶ୍ୟାମସୁନ୍ଦର କର, କାଶୀନାଥ ପୂଜାପଣ୍ଡା ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସହିତ ମିଶି ଓଡ଼ିଶାରେ ସଙ୍ଗୀତ ଶିକ୍ଷା ସହିତ ଏହାକୁ ବିଶ୍ୱ ଦରବାରରେ ସୁପ୍ରତିଷ୍ଠିତ କରିବାକୁ ଅହରହ ଉଦ୍ୟମ କରିଥିଲେ । ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଭୁବନ-ହରି ନାମରେ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଅନୁଶାସନ ସଚିବ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026

ଆଜି ଜାନୁୟାରୀ ୧୮ ତାରିଖ ରବିବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

January 18, 2026

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026
Latest News

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026

ଆଜି ଜାନୁୟାରୀ ୧୮ ତାରିଖ ରବିବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

January 18, 2026

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.