Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
ଆଜିର ଖବର

‘ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

July 18, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନସିବି) ଏବଂ ସବୁ ରାଜ୍ୟର ନିଶା ଦ୍ରବ୍ୟ କାରବାର ନିରୋଧୀ ଟାସ୍କଫୋର୍ସ (ଏଏନଟିଏଫ)ର ସମନ୍ୱୟ ଜରିଆରେ  ଦେଶର ବିଭିନ୍ନ ପ୍ରାନ୍ତରେ ୨୩୮୧ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୪୦ ହଜାର କିଲୋଗ୍ରାମରୁ ଅଧିକ ମାଦକଦ୍ରବ୍ୟ ନଷ୍ଟ କରାଯାଇଥିଲା। ଏହା ଗୋଟିଏ ଦିନରେ ସର୍ବାଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯିବା କ୍ଷେତ୍ରରେ ଏକ ରେକର୍ଡ।

ସମ୍ମିଳନୀରେ ପଞ୍ଜାବ ରାଜ୍ୟପାଳ, ପଞ୍ଜାବ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ, ଜାମ୍ମୁ ଓ କାଶ୍ମୀର, ଲଦାଖ ଓ ଦିଲ୍ଲୀର ଉପରାଜ୍ୟପାଳ ଉପସ୍ଥିତ ଥିଲେ। ଓଡ଼ିଶାର ଗୃହ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଗୃହ ସଚିବ ଏନସିବିର ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ତଥା ଭାରତ ସରକାରଙ୍କ ଅଂଶୀଦାର ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହା କହିଥିଲେ, ଭାରତ ଭଳି ଦେଶରେ ମାଦକ ଦ୍ରବ୍ୟର ଚୋରା କାରବାର ଏବଂ ଉପଯୋଗ ଦ୍ୱାରା କେବଳ ଆଗାମୀ ପିଢ଼ିର ବରବାଦ୍‌ ହେବ ନାହିଁ, ବରଂ ଜାତୀୟ ସୁରକ୍ଷା ମଧ୍ୟ ବିପନ୍ନ ହେବ। ସେ କହିଥିଲେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଞ୍ଚଳିକ ସମ୍ମିଳନୀ ବୈଠକ ମାଧ୍ୟମରେ ନିରନ୍ତର ଅଭିଯାନ କାର୍ଯ୍ୟକାରୀ କରୁଛି ଏବଂ ସେଗୁଡ଼ିକର ସମୀକ୍ଷା କରୁଛି। ଏଥିରୁ ମିଳୁଥିବା ମତାମତ ଆଧାରରେ ଆମ ନୀତିରେ ସମୟାନୁକୂଳ ପରିବର୍ତ୍ତନ ଆଣିବା ଲାଗି ବୈଠକ ଆୟୋଜନ କରାଯାଉଛି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଦେଶର ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ଏବଂ ତାହା ହେଉଛି ସ୍ୱାଧୀନତାର ଶତବାର୍ଷିକୀ ପାଳନ ସମୟରେ ସମ୍ପୂର୍ଣ୍ଣ ଭାରତ ଏବଂ ଏହାର ଯୁବକମାନେ ନିଶାମୁକ୍ତ ହୋଇଥିବେ। ଦେଶରେ ଜଣେ ହେଲେ ଯୁବକଯୁବତୀ ଯେପରି ନିଶା କବଳରେ ପଡ଼ିବେ ନାହିଁ ସେଥିପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ନେଇ ମୋଦୀ ସରକାର କାମ କରୁଛନ୍ତି। ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିତ ଭାବେ କାମ କରିବାକୁ ହେବ। ଏହି ଅବସରରେ ସେ ପରମବୀର ଚକ୍ର ବିଜେତା ନିର୍ମଲଜିତ୍‌ ସିଂ ସେଖୋଁଙ୍କୁ ତାଙ୍କର ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଶ୍ରୀ ଶାହା କହିଥିଲେ ଯେ ଆଜି ଏନସିବି ଅମୃତସର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଭବନ ନିର୍ମାଣ, ଭୁବନେଶ୍ୱର ଏନସିବି କାର୍ଯ୍ୟାଳୟ ଉଦଘାଟନ ଏବଂ ନୂଆଦିଲ୍ଲୀରେ ଏକ ନୂଆ କାର୍ଯ୍ୟାଳୟ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଛି। ଏନସିବି କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେଇଥିବାରୁ ତଥା ଏନସିବି ଓ ଭାରତ ସରକାରଙ୍କ ସହଯୋଗ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଓଡ଼ିଶା ସରକାର ଏବଂ ପଞ୍ଜାବ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ଶାହା କହିଥିଲେ, ଏନସିବିର ଏହି କାର୍ଯ୍ୟାଳୟ ମାଧ୍ୟମରେ ଏହି ଦୁଇ ରାଜ୍ୟରେ ନିଶା ବିରୋଧରେ ଲଢ଼େଇ ଅଧିକ ମଜବୁତ ହେବ। ସେ କହିଥିଲେ ଯେ ଆଜି ନିଶାମୁକ୍ତ ଭାରତ ଉପରେ ଏକ ସୂଚନା ପୁସ୍ତିକା ଉନ୍ମୋଚନ କରାଯାଇଛି । ମାଦକ ଦ୍ରବ୍ୟ ବିରୋଧରେ ଏହି ସଂଘର୍ଷରେ ଆମେ ଯେତେ ଅଧିକ ସୂଚନା ଜିଲ୍ଲା ପ୍ରଶାସନ, ଏନଜିଓ ଏବଂ ବିଦ୍ୟାଳୟରେ ପହଞ୍ଚାଇବା ଏହି ଲଢ଼େଇ ସେତେ ଅଧିକ ମଜବୁତ ହେବ। ଶ୍ରୀ ଶାହା କହିଥିଲେ ଯେ ନିଶାଦ୍ରବ୍ୟ କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବା କିମ୍ବା ଏହା ବିରୋଧରେ ବିଜୟ ହାସଲ କରିବା ଲାଗି କେବଳ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ସଚେତନତା ମଧ୍ୟ ଜରୁରି। ଯେପର୍ଯ୍ୟନ୍ତ ଦେଶର ଯୁବବର୍ଗ ଏବଂ ସେମାନଙ୍କ ଅଭିଭାବକଙ୍କ ମନରେ ନିଶା ପ୍ରତି ସଚେତନତା ସୃଷ୍ଟି କରିପାରିବା ନାହିଁ ଏହି ବିଜୟ ହାସଲ କରିବା ଅସମ୍ଭବ ବୋଲି ସେ କହିଥିଲେ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଥିଲେ ଯେ ଆଜି ମୋଟ୍‌ ୧ ଲକ୍ଷ ୪୦ ହଜାର ୨୮୮ କିଲୋଗ୍ରାମରୁ ଅଧିକ ମାଦକ ଦ୍ରବ୍ୟ ନଷ୍ଟ କରାଯାଇଛି। ଏଥିପାଇଁ ସବୁ ରାଜ୍ୟ, ବିଶେଷ କରି ଏନସିବିର ପ୍ରୟାସ ପ୍ରଶଂସନୀୟ। ସେ କହିଥିଲେ ଯେ ଏହି ଅଭିଯାନ ଅଧୀନରେ ୨,୩୭୮ କୋଟି ଟଙ୍କାର ମାଦକ ଦ୍ରବ୍ୟ ନଷ୍ଟ କାଯାଇଛି, ଏହା ଗୋଟିଏ ଦିନରେ ନଷ୍ଟ ହୋଇଥିବା ମାଦକଦ୍ରବ୍ୟ ପରିମାଣ ଦୃଷ୍ଟିରୁ ଏକ ରେକର୍ଡ। ଶ୍ରୀ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ଏକ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୧୦ ଲକ୍ଷ କିଲୋଗ୍ରାମ ମାଦକ ଦ୍ରବ୍ୟ ନଷ୍ଟ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ ହଜାର କୋଟି ଟଙ୍କା ହେବ ଏବଂ ଏହା ମଧ୍ୟ ଏକ ରେକର୍ଡ।

ଶ୍ରୀ ଶାହା କହିଥିଲେ, ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆମକୁ ନିଶା ସାମଗ୍ରୀର ଚିହ୍ନଟ, ନେଟୱର୍କକୁ ଧ୍ୱଂସ କରିବା, ଦୋଷୀଙ୍କୁ ଚିହ୍ନଟ କରିବା ଏବଂ ନିଶାଗ୍ରସ୍ତଙ୍କ ଥଇଥାନ ଉପରେ ସମାନ୍ତରାଳ ଭାବେ ଧ୍ୟାନ ଦେଇ ଆଗକୁ ବଢ଼ିବାକୁ ହେବ। ‘ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ’ ନେଇ  ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ବିଭାଗ, ରାସାୟନିକ ଏବଂ ଔଷଧ ବିଭାଗ, ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ ଏବଂ ରାଜ୍ୟର ଗୃହ ବିଭାଗଗୁଡ଼ିକୁ ଗୋଟିଏ ମଞ୍ଚରେ ଏକାଠି ହୋଇ କାମ କରିବାକୁ ହେବ। କେବଳ ଏପରି କରାଯାଇପାରିଲେ ନିଶାମୁକ୍ତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ସେ କହିଥିଲେ ଯେ, ସହଯୋଗ, ସମନ୍ୱୟ ଏବଂ ସହଭାଗିତା ସହିତ କେନ୍ଦ୍ର ଓ ରାଜ୍ୟର ସମସ୍ତ ବିଭାଗକୁ ‘ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ’ ନେଇ ଆଗକୁ ବଢ଼ିବାକୁ ହେବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ୨୦୦୬ରୁ ୨୦୧୩ ମଧ୍ୟରେ ମୋଟ୍‌ ୧୨୫୦ ମାମଲା ଦାୟର କରାଯାଇଥିଲା ବେଳେ ୨୦୧୪ରୁ ୨୦୨୩ ୯ ବର୍ଷ ମଧ୍ୟରେ ୩,୭୦୦ ମାମଲା ଦାୟର ହୋଇଛି ଏହା ମାମଲା ରୁଜୁ କ୍ଷେତ୍ରରେ ୨୦୦ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି।  ପୂର୍ବରୁ ସମାନ ଅବଧିରେ ୧୩୬୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ୫,୬୫୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ମଧ୍ୟ ୩୦୦% ବଢ଼ିଛି।  ସେହିପରି ପୂର୍ବରୁ ୧.୫୨ ଲକ୍ଷ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ଏଥିରେ ୧୬୦ ପ୍ରତିଶତ ବୃଦ୍ଧି ପାଇ ବର୍ତ୍ତମାନ ୩.୯୪ ଲକ୍ଷ କିଲୋଗ୍ରାମରେ ପହଞ୍ଚିଛି। ଅନୁରୂପ ଭାବେ, ୨୦୦୬ରୁ ୨୦୧୩ ମଧ୍ୟରେ ୫,୯୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କରାଯାଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ୧୮,୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ନିଶା କାରବାରର ସମ୍ପୂର୍ଣ୍ଣ ଉନ୍ମୁଳନ ପାଇଁ ନିରନ୍ତର ସତର୍କ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି, ସେଥିପାଇଁ ଉନ୍ନତ ସାମଞ୍ଜସ୍ୟ ଏବଂ ତାଳମେଳ ରକ୍ଷା କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ହେଉଥିବା ଏନସିଓଆରଡି ବୈଠକକୁ ନିୟମିତ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅପିଲ୍‌ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ୨୦୧୯ରେ ନାର୍କୋ କୋର୍ଡିନେସନ ସେଣ୍ଟର (ଏନସିଓଆରଡି) ପ୍ରତିଷ୍ଠା କରାଯାଇଥିଲା ଯାହାକି ଚାରିଟି ବିଭିନ୍ନ ସ୍ତରରେ ବୈଠକ ଆୟୋଜନ କରିଥାଏ। ସେ କହିଥିଲେ ଯେ, ଜିଲ୍ଲାସ୍ତରୀୟ ଏନସିଓଆରଡି ବିଶେଷ ପ୍ରଭାବୀ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଶାହା କହିଥିଲେ । ସେ ଆହୁରି କହିଥିଲେ ଯେ,  ଆର୍ଥିକ ତଦନ୍ତ ପାଇଁ ରାଜ୍ୟମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ସହିତ ସହଭାଗିତା ପ୍ରତିଷ୍ଠା କରିବା ଉଚିତ୍‌ ଏବଂ ମାମଲାଗୁଡ଼ିକୁ ଇଡିକୁ ପଠାଇବା ଉଚିତ୍‌ । ମାଦକଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୋଧରେ ଆର୍ଥିକ ତଦନ୍ତ କରାଯାଇ ସେମାନଙ୍କର ସ୍ୱାର୍ଥ ଶୃଙ୍ଖଳାକୁ ନଭାଙ୍ଗିବା ପର୍ଯ୍ୟନ୍ତ ଆମର ଅଭିଯାନ ସଫଳ ହୋଇପାରିବ ନାହିଁ । ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ପୀଡ଼ିତ ଏବଂ ଯେଉଁମାନେ ଏହାର କାରବାର କରୁଛନ୍ତି ସେମାନେ ଦୋଷୀ। ସେ କହିଥିଲେ ଯେ ମାଦକ ଦ୍ରବ୍ୟ ସେବନକାରୀଙ୍କୁ ପୀଡ଼ିତ ବୋଲି ଭାବି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇବା ଆଣିବା ଦିଗରେ ଥଇଥାନ କରାଯିବା ଆବଶ୍ୟକ । ସେମାନଙ୍କୁ ସ୍ଥାୟୀ ଭାବେ ନିଶାଗ୍ରସ୍ତ ହେବାକୁ ଛାଡ଼ି ଦେବା ଉଚିତ୍‌ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଆମେ ଏକ ଏସଆଇଏମଏସଇ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛୁ ଏବଂ ଏହାକୁ ବ୍ୟବହାର କରାଯିବା ଉଚିତ୍‌ । ସେହିପରି ନିଶାଦ୍ରବ ଚୋରା କାରବାର କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ‘ନିଦାନ୍‌’ ନାମକ ଏକ ଜାତୀୟ ଡେଟାବେସ୍‌ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯିବା ଉଚିତ୍‌ । ଶ୍ରୀ ଶାହା କହିଥିଲେ ଯେ, ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏକ ସମର୍ପିତ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ (ଏଏନଟିଏଫ) ଗଠନ କରିଛନ୍ତି । ସେ କହିଥିଲେ ଯେ ଆମେ ଜାତୀୟ ନାର୍କୋଟିକ୍ସ କେନାଇନ୍‌ ପୁଲ୍‌ ପ୍ରତିଷ୍ଠା କରିଛୁ ଏବଂ ରାଜ୍ୟମାନେ ଏ ଦିଗରେ ଆଗେଇ ଆସିଲେ ଏନସିବି ସେମାନଙ୍କୁ ତାଲିମ ଯୋଗାଇ ଦେବ ।

ରାଜ୍ୟମାନଙ୍କରେ ନିଶାଦ୍ରବ୍ୟ କାରବାର ମାମଲାର ଶୁଣାଣୀ ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ। ଏହାଦ୍ୱାରା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଫୋରେନସିକ୍‌ ସାଇନ୍ସ ଲ୍ୟାବ୍‌ (ଏଫଏସଏଲ)କୁ ମଜବୁତ କରିବା ଦିଗରେ କାମ କରାନଗଲେ ଦଣ୍ଡବିଧାନ ଆଗକୁ ବଢ଼ିପାରିବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ, ନିଶା କାରବାର ବିରୋଧରେ ଆମର ଅଭିଯାନ ଦେଶର ଆଗାମୀ ପିଢ଼ିକୁ ବଞ୍ଚାଇବା ଏବଂ ଦେଶକୁ ସୁରକ୍ଷିତ ରଖିବା ଲାଗି ଏକ ପୁଣ୍ୟ ଅଭିଯାନ, ଆମେ ସମସ୍ତେ ଏଥିପ୍ରତି ପ୍ରାଥମିକତା ଦେବା ଉଚିତ୍ ।

ଅମିତ ଶାହା ଚୋରା କାରବାର ନିଶାଦ୍ରବ୍ୟ ନୂଆଦିଲ୍ଲୀ ରାଷ୍ଟ୍ରୀୟ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.