Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ
ଆଜିର ଖବର

ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ

July 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।
ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବା ନିମନ୍ତେ ଆମେ ଭାରତୀୟ ତଥା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଗୁଡିକ ସହ ସହଭାଗିତା କରୁଛୁ। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ଟି ଭାରତୀୟ ଓ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସହିତ ସୋଆ ବୁଝାମଣା ସ୍ୱାକ୍ଷରିତ କରି ସାରିଥିବା ବେଳେ ଏମାନଙ୍କ ମଧ୍ୟରେ ୩୯ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଫେସର ନନ୍ଦ କହିଛନ୍ତି।
ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ଓ ଜଳବାୟୁ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ସୋଆରେ ଅଟଳ ଇନୋଭେସନ ମିଶନ ପକ୍ଷରୁ ଅଟଳ ଇନକ୍ୟୁବେସନ ସେଂଟର (ଏଆଇସି) ପ୍ରତିଷ୍ଠା ନିମନ୍ତେ ଅନୁମତି ମିଳିଛି ବୋଲି ପ୍ରକାଶ କରି ପ୍ରଫେସର ନନ୍ଦ ଏହା ଅଭିନବ ଷ୍ଟାର୍ଟଅପ ଗୁଡିକୁ ନିରନ୍ତର ବ୍ୟାବସାୟିକ ପ୍ରତିଷ୍ଠାନରେ ପରିଣତ କରିବ ବୋଲି କହିଥିଲେ।
ସୋଆ ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଓ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ କାର‌୍ୟ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ।
ଜାତୀୟ ଶିକ୍ଷା ନୀତି ୨୦୨୦ ବହୁବିଧ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ପ୍ରସଙ୍ଗ ଉପରେ ଆଲୋକପାତ କରି  ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମଲ୍‌ଟି ଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି (ମେରୁ) ଚିନ୍ତାଧାରାର ନିକଟବର୍ତୀ । ଆମେ ଏହି କ୍ୟାଟେଗୋରିରେ ରହି ଗବେଷଣା କାର‌୍ୟ୍ୟକୁ ଆଗେଇ ନେବାକୁ ଆଗ୍ରହୀ ବୋଲି ସେ କହିଥିଲେ।
ଗତ କିଛି ବର୍ଷ ମଧ୍ୟରେ ସୋଆର ଅଗ୍ରଗତିକୁ ଅତିଥି ଭାବେ ଯୋଗଦେଇଥିବା ୩ ଜଣ କୁଳପତି ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରଫେସର ରାଉଳ କରୋନା ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍‌ମାନ ପରିଚାଳିତ କରାଯାଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ହଜାର ହଜାର ଲୋକଙ୍କର ଜୀବନକୁ ବଂଚାଇବା ଭଳି ମାନବୀୟ କାର‌୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ବିଶ୍ୱବିଦ୍ୟାଳୟର ଆରମ୍ଭ ସମୟକୁ ସ୍ମରଣ କରି ପ୍ରଫେସର ରାଉଳ କହିଥିଲେ ଯେ ସୋଆ ଯେଉଁଭଳି ଭାବରେ ନିଜକୁ ବିକଶିତ କରିପାରିଛି ସେ ନିମନ୍ତେ ସମସ୍ତ ଶ୍ରେୟ ଏହାର ଦୂରଦର୍ଶୀ ନେତୃତ୍ୱକୁ ହିଁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଥିବା ସମସ୍ତ ଆବଶ୍ୟକତାକୁ ସୋଆ ପୂରଣ କରିବାରେ ସକ୍ଷମ ବୋଲି ସେ କହିଥିଲେ।
ସୋଆକୁ ଏକ ସଫଳ କାହାଣୀ ବୋଲି ବର୍ଣ୍ଣନା କରି ପ୍ରଫେସର ରଥ ବିଶ୍ୱବିଦ୍ୟାଳୟ ୨୦୨୩ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଙ୍ଗରେ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇବା ସହିତ ନାକ୍ ପକ୍ଷରୁ ସର୍ବୋଚ୍ଚ ଏ++ ଗ୍ରେଡରେ ପୁନଃ ସ୍ୱୀକୃତି ଲାଭ କରିଥିବା କହିଥିଲେ।
ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ଭଲ ମଣିଷ ଭାବେ ଗଢ଼ି ତୋଳିବା। ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଦକ୍ଷତା ଗୁଡିକୁ କିଭଳି ପ୍ରସ୍ଫୁଟିତ କରାଯାଇ ପାରିବ ସେ ଦିଗରେ କାର‌୍ୟ୍ୟ କରିବା ନେଇ ଗୁରୁତ୍ୱାରୋପ କରାଯାଇଥିବା ପ୍ରଫେସର ରଥ କହିଥିଲେ।
ପାଠ୍ୟକ୍ରମର ୪୦ ପ୍ରତିଶତ ଅନ୍‌ଲାଇନ୍ ଯୋଗେ ପଢ଼ାଯିବା ନେଇ ୟୁଜିସି ନିର୍ଦ୍ଦେଶ ଦେଇଥିବା ଦର୍ଶାଇ ପ୍ରଫେସର ରଥ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କର କେଉଁ କ୍ଷେତ୍ରରେ ଆଗ୍ରହ ରହିଛି ବୋଲି ତାହା ବୁଝିବା ଆବଶ୍ୟକ।
ଏହି ଅବସରରେ ପ୍ରଫେସର ବିଶ୍ୱାଳ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ସେ ଯେତେବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପ୍ରତିଷ୍ଠା କରିବା ବିଷୟ ଚିନ୍ତା କରିଥିଲେ ସେତେବେଳେ ଖୁବ୍ କମ୍ ଲୋକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣା କରିବା କଥା ଭାବୁଥିଲେ। ଚିରାଚରିତ ପାଠ୍ୟକ୍ରମରୁ ଆଗକୁ ପ୍ରାୟତଃ କେହି ଚିନ୍ତା କରିନଥାନ୍ତି। ଏହାର ମୂଳଦୁଆକୁ ପ୍ରଫେସର ନାୟକ ବଳିଷ୍ଠ ଭାବେ ସ୍ଥାପନ କରିଥିବା ବେଳେ ତାଙ୍କର ଉଦ୍ଦେଶ୍ୟ ଅକପଟ ଥିଲା। ଏହି ବିଶ୍ୱବିଦ୍ୟାଳୟର ଏଭଳି ଉନ୍ନତିକୁ ଦେଖି ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ବିଶ୍ୱାଳ କହିବା ସହ ଏନଆଇଆରଏଫ ର‌୍ୟାଙ୍କିଙ୍ଗରେ ସୋଆ ଉଚ୍ଚସ୍ଥାନରେ ରହିବା କେବଳ ନିରନ୍ତର ଉଦ୍ୟମ ଓ ଦୂରଦର୍ଶୀ ନେତୃତ୍ୱର ପ୍ରତିଫଳନ ବୋଲି କହିଥିଲେ।
ଭବିଷ୍ୟତରେ ସୋଆ ଓଡ଼ିଶାରୁ ବହୁ ଉର୍ଦ୍ଧ୍ୱକୁ ଯାଇ ଦେଶ ବାହାରେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। କାର‌୍ୟ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନସେନର ଡିନ୍ ପ୍ରଫେସର ନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଗବେଷଣା କ୍ଷେତ୍ର ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.